କେମିକାଲ୍‌ ରଙ୍ଗ ଖେଳି ୨୦ରୁ ଅଧିକ ଗୁରୁତର

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ହୋଲି ଖେଳ ହେଲା କାଳ । କେମିକାଲ୍‌ ରଙ୍ଗ ଖେଳି ୨୦ରୁ ଅଧିକ ଗୁରୁତର । ତେବେ ଏହି ହୋଲି ଖେଳରେ କେମିକାଲ୍‌ ରଙ୍ଗ ଯୋଗୁଁ କଣ୍ଟାବାଞ୍ଜି ଶାନ୍ତିପଡା, ଆନନ୍ଦନଗର ପଡା ସହ ଅନ୍ୟ ପଡାର ୨୦ରୁ ଅଧିକ ଯୁବକ ଗୁରୁତର ହୋଇଥିବା ସୂଚନା ମିଳିଛି । ଅପମିଶ୍ରିତ ରଙ୍ଗ ବା କେମିକାଲ୍‌ ରଙ୍ଗ ଯୋଗୁ ଯୁବକଙ୍କ ଦେହରେ ପୋଡାଜଳା ହୋଇଥିବା ଦେଖିବାକୁ ମିଳିଛି । ଗୁରୁତର ଯୁବକମାରେ ପ୍ରଥମେ କଣ୍ଟାବାଞ୍ଜି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ହୋଇଥିଲେ । ପରେ ସମସ୍ତଙ୍କୁ ଡାକ୍ତର ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ପରାମର୍ଶ ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲରେ ଯୁବକମାନେ ଚିକିତ୍ସିତ ହେଉଛନ୍ତି ।

Leave A Reply

Your email address will not be published.

two × four =