pakka

ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ବାଇକ୍ : ୨ ମୃତ

bbehera

ଗୋଲାମୁଣ୍ଡା : କେଗାଁ ଥାନା ଧଅଁରାମାଲଠାରେ ଗତକାଲି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ଦୁଇ ବାଇକ୍‌ ଅରୋହୀଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ମୃତକମାନେ ହେଲେ କାନ୍ଦୁଲଝର ଗ୍ରାମର ଅଜିତ ଜୁଆଡ଼ ଓ ଲଳିତ ବଛା । ଉଭୟ ଏକ ବାଇକ୍‌ରେ ବାହାଘର ଭୋଜି ଖାଇବାକୁ ଯାଉଥିଲେ । ସେହି ସମୟରେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲେ । ଦୁର୍ଘଟଣାରେ ଉଭୟ ଗୁରୁତର ହୋଇଥିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

Leave A Reply

Your email address will not be published.

12 + eight =