pakka

ବିଦ୍ୟୁତ ଆଘାତରେ ୧ ମୃତ

bbehera

ଅନୁଗୁଳ : ଅନୁଗୁଳ ଜିଲ୍ଲା ଗୋପାଳପ୍ରସାଦ ଥାନା କୁମୁଣ୍ଡା ଗ୍ରାମରେ ଶୁକ୍ରବାର ଏକ ଅବାଭନୀୟ ଘଟଣା ଘଟିଛି। ବିଦ୍ୟୁତ ଆଘାତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଉକ୍ତ ଗ୍ରାମର ପଙ୍କଜ ଲୋଚନ ପ୍ରଧାନ(୪୭) ।

ଘଟଣା ଅନୁଯାୟୀ, ଘରର ଏକ ଇଲେକ୍ଟ୍ରିକ ବୋର୍ଡ଼ ଖରାପ ଥିବାରୁ ଆଜି ସକାଳେ ସେ ସଜାଡୁ ଥିଲେ । ଉକ୍ତ ସମୟରେ ତାଙ୍କୁ ବିଦ୍ୟୁତ୍ ଆଘାତ ଲାଗିଥିଲା । ଫଳରେ ସେ ଛିଟିକି ପଡ଼ିଥିଲେ । ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

seventeen + 16 =