ବିଦ୍ୟୁତ୍ ଆଘାତ ଲାଗି ଦନ୍ତା ହାତୀ ମୃତ

ଚୌଦ୍ୱାର/ଗୁରୁଡ଼ିଝାଟିଆ : ବିଦ୍ୟୁତ୍ ଆଘାତରେ ଦନ୍ତା ହାତୀ ମୃତ । ଖୁଣ୍ଟୁଣୀ ରେଞ୍ଜ ଗୁରୁଡ଼ିଝାଟିଆ ଥାନା ସାଉରିଆ ଗ୍ରାମ ସ୍ଥିତ ଚାଷ ଜମିରେ ବିଦ୍ୟୁତ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଖୁଣ୍ଟୁଣୀ ବନକର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସୂଚନା ଅନୁସାରେ, ଆଖୁ ଚାଷ ହୋଇଥିବାରୁ ଚାଷୀମାନେ ସୋଲାର ତାର ବାଡ଼ କରିଥିବା ବେଳେ ତା’ ମଧ୍ୟରେ ଅନ୍ୟ ଏକ ତାରରେ ବିଦ୍ୟୁତ ସଂଯୋଗ କରିଥିଲେ । ଫଳରେ ହାତୀଟି ଗତ ରାତିରେ ଆଖୁ କିଆରୀରେ ଆଖୁ ଖାଇବାକୁ ପଶିଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲା ଓ ଘଟଣାସ୍ଥଳରେ ତା’ର ମୃତ୍ୟୁ ଘଟିଥିଲା । ସକାଳୁ ହାତୀଟିର ମୃତ୍ୟୁ ହୋଇଥିବା ଜଣାପଡ଼ିଥିବା ବେଳେ ଜମି ମାଲିକ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

3 × 5 =