ମୋ ସ୍କୁଲ ଅଭିଯାନ ପାଇଁ ପୂର୍ବତନ ବିଦ୍ୟାଳୟ ସଭାପତିଙ୍କ ସହାୟତା

ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : କୋଷାଗୁମୁଡ଼ା ବ୍ଲକ୍ ଅନ୍ତର୍ଗତ ବିଞ୍ଜିଲି ଠାରେ ଥିବା ଉନ୍ନିତ ଉଚ୍ଚ ବିଦ୍ୟାଳୟକୁ ‘ମୋ ସ୍କୁଲ ଅଭିଯାନ’ରେ ବିଦ୍ୟାଳୟର ପୂର୍ବତନ ସଭାପତି ପ୍ରଶାନ୍ତ କୁମାର ବକ୍ସି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଶ୍ରୀ ବକ୍ସି ୧୦ହଜାର ଟଙ୍କାର ଏକ ଚେକ୍ ପ୍ରାଧାନ ଶିକ୍ଷକ ପ୍ରମୋଦ କୁମାର ଦଳେଇଙ୍କୁ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ବିଞ୍ଚିଲି ସରପଞ୍ଚ, ସଭ୍ୟ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ପୂର୍ବତନ ସଭାପତିଙ୍କ ସହାୟତା ଦେଖି ସେଠାରେ ଉପସ୍ଥିତ ଥିବା ଅନ୍ୟମାନେ ମଧ୍ୟ ବିଦ୍ୟାଳୟର ଉନ୍ନତି ପାଇଁ ଅଗ୍ରାହ ପ୍ରକାଶ କରିଥିବା ଜଣାପଡ଼ିଛି । ବିଦ୍ୟାଳୟର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗର ନିତ୍ୟାନ୍ତ ଆବଶ୍ୟକ ଥିବା ପୂର୍ବତନ ସଭାପତି ଶ୍ରୀ ବକ୍ସି କହିଛନ୍ତି । ବର୍ତ୍ତମାନ କୋଷାଗୁମୁଡ଼ା ବ୍ଲକରେ ୯ଟି ବିଦ୍ୟାଳୟକୁ ସ୍ମାର୍ଟ ସ୍କୁଲରେ ପରିଣତ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଛି । ଏହି ସହାୟତା ପାଇଁ ସ୍କୁଲ କମିଟି ଶ୍ରୀ ବକ୍ସିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.

3 × 4 =