csstore

ବିଜେପିର ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରୀ ଗ୍ରାମ ପଞ୍ଚାୟତର ଟେମରୀ ଗ୍ରାମରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ ପର୍ବରେ ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ ପରିଚାଳନା କରିଥିବା ବେଳେ ମିଶ୍ରଣ ପର୍ବ ଉତ୍ସବରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ, ଜିଲ୍ଲା ଉପସଭାପତି ସରୋଜ ସାମଲ, ପୂର୍ବତନ ମଣ୍ଡଳ ସଭାପତି ସୌମିତ୍ରୀ ପ୍ରଧାନ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପର୍ବରେ ଟେମରୀ ଗ୍ରାମର ପୂର୍ବତନ ବିଜେଡି କର୍ମୀ ଅମୃତ କୋଠି ସହିତ ପନ୍ଦର ଜଣ ବିଜେପିରେ ସାମିଲ ହୋଇଥିଲେ । ଦଶରଥ ବନଛୋର, ଗୁରୁବାରୁ ବନ୍‌ଛୋର, ଚନ୍ଦ୍ରହାସ୍ୟ ପଟେଲ, କୃଷ୍ଣଚନ୍ଦ୍ର ସାହୁ, ନନ୍ଦଲାଲ ଦଲେଇ, ଖଗେଶ୍ବର ମିର୍ଦ୍ଧା, ଧର୍ମଦେବ ସାହୁ, ଦୁର୍ଯ୍ୟୋଧନ ଦଳେଇ, ନବୀନ ବାରିକ, ଗୋବିନ୍ଦ ବାରିକ, ଧର୍ମଦେବ ସାହୁ, ନବୀନ ବାରିକ, ଗୋବିନ୍ଦ ବାରିକ, ସନ୍ତୋଷ କୁଠି, ଛବିଲ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ବିଜେପିର ବିଚାରଧାରାକୁ ଏବଂ ମୋଦି ସରକାରଙ୍କ ସ୍ବଷ୍ଟ, ସ୍ବଚ୍ଛ ଶାସନ ପ୍ରତି ଆକର୍ଷିତ ହୋଇ ବିଜେପିରେ ସାମିଲ ହୋଇଥିବା ପ୍ରକାଶ କରିଥିଲେ । ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ କିପରି ବିଜୟୀ ହେବେ ତାହା ପ୍ରତି ସଚେତନ ପୂର୍ବକ ଭୋଟ ପ୍ରଦାନ କରିବାକୁ ପରାମର୍ଶ ଦିଆଯାଇଥିଲା । ଶେଷରେ ପଞ୍ଚାୟତ ବିଜେପି ସଭାପତି ମହେନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.