ବୃଦ୍ଧାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁନି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପରିପତ ବୟସରେ ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ପରିତ୍ୟକ୍ତ ଭତ୍ତା ଇତ୍ୟାଦି ଯୋଜନା ମାନ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି । ହେଲେ ପ୍ରଶାସନର ଅବହେଳା ତଥା ଅଫିସରମାନଙ୍କ ଆନ୍ତରିକତାର ଅଭାବ ଯୋଗୁଁ ପ୍ରକୃତ ହିତାଧିକାରୀ ମାନଙ୍କ ଠାରେ ପହଞ୍ଚି ପାରୁନାହିଁ ଯୋଜନା । ପଦ୍ମପୁର ଉପଖଣ୍ତ ବିଜେପୁର ବ୍ଲକ ତାଲପଦର ପଞ୍ଚାୟତର ତାଲପଦର ଗ୍ରାମର ବନିତା ଘୋସି ଜଣେ ଅସହାୟ ଗରିବ ବୃଦ୍ଧା । ବୟସ ପାଖାପାଖି ୭୫ ବର୍ଷ ହେଲାଣି । ସେ ଜଣେ ଗରିବ ବିଧବା ବୃଦ୍ଧା ଅଟନ୍ତି । ତାଙ୍କୁ ନା ବିଧବା ଭତ୍ତା ମିଳିଛି କି ବାର୍ଦ୍ଧକ୍ୟ ଭତ୍ତା ମିଳି ପାରିଛି । ସରପଞ୍ଚ ଠାରୁ ବିଡିଓ ପର୍ୟ୍ୟନ୍ତ ଆବେଦନ କରି କରି ନୟାନ୍ତ ହୋଇ ପଡିଲେଣି । ମାତ୍ର ଭତ୍ତା ପହଞ୍ଚି ପାରୁନାହା୩ନ୍‌ନ୍ତି । ସେହିପରି ସେହି ଗାଁର କଇଁତା ଘୋସି ବୟସ ୬୬ ବର୍ଷ ଟପିଲାଣି । ବାର୍ଦ୍ଧକ୍ୟ ଭତ୍ତା ମିଳି ପାରୁନାହିଁ । ପ୍ରଶାସନ ଏହି ଗରିବ ଅସହାୟ ବୃଦ୍ଧା ମାନଙ୍କ ପ୍ରତି ଦୃଷ୍ଟି ଦେଇ ସଦୟ ହୋଇ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.