ଜମରତଲା ଗ୍ରାମରେ ମୋବାଇଲ ଟାୱାର ପାଇଁ ଦାବୀ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଜମରତଲା ଗ୍ରାମରେ ମୋବାଇଲ୍ ନେଟୱାର୍କ ପାଉନଥିବାରୁ ଛାତ୍ରଛାତ୍ରୀ ମାନଙ୍କ ପାଠପଢ଼ାରେ ଅସୁବିଧା ସୃଷ୍ଟି ହେଉଛି । ଏଠାରେ ମୋବାଇଲ୍ ଟାୱାର ନ ଥିବାରୁ କୌଣସି ଅନଲାଇନ କିମ୍ବା ଦରକାରୀ ସମୟରେ ମୋବାଇଲ୍ ମାଧ୍ୟମରେ କାହାକୁ ସୂଚନା ଦିଆ ଯାଇ ପାରୁନାହିଁ । ଏପରିକି ଗର୍ଭବତୀ ମହିଳାମାନଙ୍କୁ ୧୦୮କୁ କଲ କରି ନିଆଯାଇ ପାରୁନାହିଁ । ଏହି ଗ୍ରାମ ଏକ ଘଞ୍ଚ ଜଙ୍ଗଲ ଭିତରେ ରହିଥିବାରୁ ସରକାର କିମ୍ବା କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡୁ ନାହିଁ । ଏହି ଅଞ୍ଚଳ ଅନୁନ୍ନତ ହୋଇ ପଡି ରହିଛି । ତେଣୁ ତୁରନ୍ତ ମୋବାଇଲ୍ ଟାୱାର ଏହି ଗ୍ରାମରେ ବସାଇବା ପାଇଁ ଦାବୀ ହେଉଛି ।

Leave A Reply

Your email address will not be published.