ମହତାବ ଉଚ୍ଚ ବିଦ୍ୟାଳୟ ୧୯୮୪ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ମହତାବ ଉଚ୍ଚ ବିଦ୍ୟାଳୟର ୧୯୮୪ ବ୍ୟାଚର ବିଶ୍ୱନାଥ ଦେବଙ୍କ ପାଦଦେଶ ଗଡ଼କାଳୁପଡ଼ା ଚଣ୍ଡିପୀଠରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାହା ପୂର୍ବରୁ ଡେଲାଙ୍ଗ ଚିକିତ୍ସାଳୟରେ ଡେଲାଙ୍ଗ ମୁଖ୍ୟ ଚିକିତ୍ସକ ଡକ୍ଟର ସନ୍ତୋଷ ତ୍ରିପାଠୀଙ୍କ ଉପସ୍ଥିତରେ ରୋଗୀମାନଙ୍କୁ କ୍ଷୀର, ଫଳ ଏବଂ ପାଉଁରୁଟି ପ୍ରଦାନ କରାଯାଇଥିଲା । ଆବାହକ ଦିଲ୍ଲୀପ ପଟ୍ଟନାୟକଙ୍କ ଆବାହନରେ ନିର୍ମଳ ପରିଡା, ବସନ୍ତ ବେହେରା, କାମଦେବ, ହରେକୃଷ୍ଣ ପାଇକରାୟ, ଜ୍ଞାନ ବେହେରା, ବିଚିତ୍ର ପଣ୍ଡା, ଉମାକାନ୍ତ ରାୟ, ଶଶୀଭୂଷଣ, ପଦ୍ମନାଭ ସାହୁ, ଦେବେନ୍ଦ୍ର ପଣ୍ଡାଙ୍କ ସମେତ ୪୦ରୁ ଅଧିକ ଛାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ଗଙ୍ଗାଧର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.