csstore

ଅପ୍ରେଲ ୧୨ରେ ପଂଚଶମ୍ଭୁ ମିଳନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁରଠାରେ ଆସନ୍ତା ଅପ୍ରେଲ ୧୨ ତାରିଖରେ ପଂଚଶମ୍ଭୁ ମିଳନ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଆୟୋଜକ ଆଂଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଏନେଇ ଏକ ଚୂଡ଼ାନ୍ତ ଆଲୋଚନା ସଭା ରାଧାକୃଷ୍ଣ ମନ୍ଦିରଠାରେ ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ପ୍ରକାଶ ଚନ୍ଦ୍ର ସାହୁ ପୂର୍ବ ସଭାର ବିବରଣୀ ଉପସ୍ଥାପନ କରିଥିବା ବେଳେ ପରିଷଦର ଉପଦେଷ୍ଟା ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ସମାଜସେବୀ ପଦ୍ମ ଲୋଚନ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ଠାକୁର ଚରଣ ସାହୁ ଆୟୋଜନ ସଂପର୍କରେ ନିଜ ନିଜ ମତ ରଖିଥିବା ବେଳେ ପରେ ଏହି ଶମ୍ଭୁ ମିଳନ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିିନ୍ନ ବିଭାଗ କରାଯାଇ ଦାୟିତ୍ୱ ବଂଟନ କରାଯାଇଥିଲା ।

jayashree
Leave A Reply

Your email address will not be published.