csstore

ପଞ୍ଚାୟତସ୍ତରୀୟ ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରାଷ୍ଟ୍ରୀୟ କୃଷି ବ୍ୟାଙ୍କ ଓ ଗ୍ରାମ୍ୟ ବିକାଶ (ନାବାର୍ଡ) ସହାୟତାରେ ଏବଂ ଘୋରାଡ଼ିଆ ସେବା ସମବାୟ ସମିତି ଲିଃର ଆନୁକୂଲ୍ୟରେ ଗୁରୁବାର ଅପରାହ୍ନରେ ଆର୍ଥିକ ସାକ୍ଷରତା ଶିବିର ଓ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମବାୟ ସମିତିର ସମ୍ପାଦକ ଦୀପକ କୁମାର ପରିଡା ଅତିଥି ପରିଚୟ ଓ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ସଂଯୁକ୍ତ ପୁରୀ-ନିମାପଡା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ, ଡେଲାଙ୍ଗ ଶାଖାର ନିର୍ଦ୍ଦେଶକ ତଥା ସ୍ଥାନୀୟ ସମବାୟ ସମିତିର ସଭାପତି ଚିତ୍ରସେନ ନିଶଙ୍କ, ସମିତିସଭ୍ୟା ଅର୍ନ୍ନପୂର୍ଣ୍ଣା ରଣଜିତ, ଉପାଧ୍ୟାକ୍ଷ ରାଜକିଶୋର ମାର୍ଥା, ବୋର୍ଡ ସଦସ୍ୟ ତଥା ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ପ୍ରାକ୍ତନ ସଭାପତି ସୁରେନ୍ଦ୍ର ବଳିଆରସିଂହ ପ୍ରମୁଖ ଯୋଗଦେଇ ସମବାୟ ବ୍ୟାଙ୍କ ମାଧ୍ୟମରେ ଉପଲବ୍ଧ ବିଭିନ୍ନ ପ୍ରକାର ଋଣ ଓ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ଚନ୍ଦ୍ର ରାଉତରାୟ, ପ୍ରକାଶ କୁମାର ସାମନ୍ତସିଂହାର, ବଳରାମ ଭୁଜବଳ, ଭୀମ ନିଶଂକ, ଟୁଲ କୋଦମାସିଂହ, ମାଗୁଣି ନିଶଂକ, ଅହଲ୍ୟା ବରାଳ, ଫୁଲ କୋଦମାସିଂହ, ରୁନୁ ବେହେରା, ଭୀମସେନ ବେହେରା, ସଂଜୀବ ବଳିୟାରସିଂହ, ଅଭିମନ୍ୟୁ ବଳିୟାରସିଂହ, ଦେବାଶିଷ ଚମ୍ପତି ପ୍ରମୁଖଙ୍କ ସମେତ ସତୁରିରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ/ସଦସ୍ୟା ଓ ଚାଷୀମାନେ ଏହି ଶିବିରରେ ଅଂଶଗ୍ରହଣ କରିଥିଲେ । ପିଅନ ପ୍ରକାଶ ଧାଉଡ଼ିଆ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ନିଶଙ୍କ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.