jayashree

ବଲାଙ୍ଗିର ବିଜେଡି ପକ୍ଷରୁ ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ସହ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଜେଡି ପକ୍ଷରୁ ମୁସଲିମ୍‌ ସମ୍ପ୍ରଦାୟ ଲୋକଙ୍କ ସହ ଏକ ବନ୍ଧୁ ମିଳନ କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ପ୍ରଦାୟର ବିଭିନ୍ନ ଦାବି ପୂରଣ କରିବା ସହ ସବୁ ସୁବିଧା ସୁଯୋଗ ଆଗକୁ ମଧ୍ୟ ଏଭଳି ଜାରି ରହିବ ବୋଲି କହିଛନ୍ତି ବିଜେଡି ଯୁବନେତା ତଥା ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳୀର ହଜାର ହଜାର ମୁସଲିମ୍‌ ଭାଇ ଓ ଭଉଣୀମାନେ ଉପସ୍ଥିତ ଥିଲେ । ବିଜେଡି ପ୍ରାର୍ଥୀ କଳିକେଶଙ୍କ ସହ ସିଧାସଳଖ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ମୁସଲିମ୍‌ ସମ୍ପ୍ରଦାୟର ବନ୍ଧୁମାନେ । ଏହି ଅବସରରେ କଲିକେଶ କହିଛନ୍ତି ଯେ, ବଲାଙ୍ଗିର ସହର ରାଜା ରାଜୁଡ଼ା ଅମଳରୁ ଏକ ଭାଇଚାରାର ସହର । ଏଠି ସମସ୍ତେ ଜାତି ଧର୍ମର ଉପରେ ରହି ଏକତା ଜାରି ରଖିଛନ୍ତି । ରାଜ୍ୟ ସରକାର ଏହି ସମ୍ପ୍ରଦାୟର ବିଭିନ୍ନ ଦାବି ସବୁ ବେଳେ ପୁରଣ କରି ଆସିଛନ୍ତି । ନିକଟରେ ମସ୍‌ଜିଦ୍‌ ପାଇଁ ପଚାଶ ଲକ୍ଷ ଟଙ୍କା ଓ କବର ସ୍ଥାନ ପାଇଁ ୩୦ ଲକ୍ଷ ଟଙ୍କାର ଅନୁଦାନ ରାଜ୍ୟ ସରକାର ଦେଇଛନ୍ତି । ସେହିପରି ଆଗକୁ ମଧ୍ୟ ସରକାର ତାଙ୍କର ସବୁ ଦାବି ପୂରଣ କରିବେ ଓ ସେ ନିଜେ ଏଥିପାଇଁ ପଦକ୍ଷେପ ନେବେ ବୋଲି କଳିକେଶ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରାର୍ଥୀ କଳିକେଶଙ୍କ ସହ ତାଙ୍କ ପତ୍ନୀ ଶ୍ରୀମତୀ ମେଘ୍‌ନା ସିଂହଦେଓ ଓ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମଂଚାସୀନ ଥିବା ବେଳେ ବହୁ ବିଜେଡ଼ି ନେତା ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.