ରାସ୍ତାରେ ରହିଛି ଖାଲ : ରାସ୍ତାର ଚତୁଃପାର୍ଶ୍ୱରେ ଖେଳ ଖେଳୁଛି ମେଟାଲ୍

ଚୂଡାପାଲି, (ରାଜେଶ ଦଣ୍ଡସେନା) : ଶିବତଲା ମୂଖ୍ୟ ରାସ୍ତାରୁ ଆଡେନଡୁଂଗୁରୀକୁ ଯାଇଥିବା ୨.୨ କି.ମି. ରାସ୍ତାର ଅବସ୍ଥା ନ କହିଲେ ଭଲ । ରାସ୍ତାରେ ରହିଛି ବଡ ବଡ ଖାଲ ଏବଂ ମେଟାଲ୍ ଖେଳୁଛି ଖେଳ । ଆଡେନଡୁଂଗୁରୀ ଗ୍ରାମବାସୀ ପ୍ରତିଦିନ ଶିବତଲା ଗ୍ରାମକୁ ଯିବା ଆସିବା କରୁଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଧାର ମେଟାଲ୍ ସବୁ ଉପୁଡି ସାଇକେଲ ଏବଂ ମୋଟର ସାଇକେଲରେ ଲାଗି ଟାୟାର କଟି ଯାଉଥିବା କଥା ଏଠିକାର ଅଧିବାସୀ କହୁଛନ୍ତି । ଯାଉ ଯାଉ ବାଟରେ ଅନେକ ଦୁର୍ଘଟଣା ମାନ ଘଟୁଛି । ଏହି ରାସ୍ତାକାମର ଉନ୍ନତିକରଣ କରିବା ପାଇଁ ବାରମ୍ବାର ପ୍ରଶାସନକୁ ଦାବୀ କରୁଥିଲେ ହେଁ କେହି ନ ଶୁଣୁଥିବା କଥା ଗ୍ରାମବାସୀ କହୁଛନ୍ତି । ଆଗାମୀ ଦିନରେ ତୂରନ୍ତ ଏହି ରାସ୍ତାକାମ ନ କଲେ ଆନ୍ଦୋଳନ କରିବା ପାଇଁ ଧମକ ଦେଇଛନ୍ତି ।

Leave A Reply

Your email address will not be published.