କୋଶଳ କଳା ମଣ୍ଡପଠାରେ ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ସଦରମହକୁମା ସ୍ଥିତ କୋଶଳ କଳା ମଣ୍ଡପଠାରେ ମହାଆଡମ୍ବର ଅନୁଷ୍ଠିତ ହୋଇଛି ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ ଆଜିର ଏହି ଉଦ୍‌ଘାଟନ ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଚଞ୍ଚଲ ରାଣା, ବି.କେ.ଏନ୍‌., ଦୁଗ୍ଧ ସଂଘ ଅଧ୍ୟକ୍ଷା ଶ୍ରୀମତୀ ସୀମା ପଟେଲ, ଅତିରିକ୍ତ ନିର୍ଦ୍ଦେଶକ, ପ୍ରାଣୀ ଚିକିତ୍ସା ଓ ପ୍ରାଣୀ ପାଳନ ନିର୍ଦ୍ଦେଶାଳୟ ଜଗନ୍ନାଥ ନନ୍ଦ ପ୍ରମୁଖ ଯୋଗଦାନ କରିଥିଲେ । ଉଦ୍‌ଘାଟନ ଉତ୍ସବ ଅତ୍ୟନ୍ତ ଆକର୍ଷଣୀୟ ଭାବେ ଆୟୋଜିତ ହୋଇଥିଲା । ‘ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା’ରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ପ୍ରଦର୍ଶନ କରାଯାଇଥିଲା । ସଫଳ ମତ୍ସ୍ୟ ଚାଷୀ ତଥା ମତ୍ସ୍ୟ ଚାଷ ସମ୍ପର୍କିତ ଭିଡିଓ ପ୍ରଦର୍ଶନ, ପ୍ରାଣୀ ସମ୍ପଦ ବିକାଶର ସଫଳ କାହାଣୀ ଭିଡିଓ ପ୍ରଦର୍ଶନ ତଥା ଉପସ୍ଥିତ ଥିବା ଜନସାଧାରଣଙ୍କୁ ସଫଳ ଚାଷୀ ଓ ଉଦ୍ୟେଗୀମାନେ ନିଜ ନିଜ ଅନୁଭୂତି ଜଣାଇଥିଲେ । ନଭେମ୍ବର ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ । ଏହି ମେଳା ମାଧ୍ୟମରେ ଚାଷୀମାନେ ବୈଜ୍ଞାନିକ ଚାଷ ସମ୍ପର୍କିତ ଆଲୋଚନାଚକ୍ରରେ ଭାଗନେଇ ଉନ୍ନତଧରଣର ମତ୍ସ୍ୟ ଚାଷ ଓ ପ୍ରାଣୀ ସମ୍ପଦ ବିକାଶ, ସରକାରଙ୍କ ଦ୍ଵାରା ପ୍ରଦାନ କରାଯାଉଥିବା ବିଭିନ୍ନ ପଶୁ ପାଳନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଜାଣିପାରିବେ । ଏହି କାର୍ଯ୍ୟକ୍ରମରେ ପଶୁ, ମତ୍ସ୍ୟ ସମ୍ପଦ ତଥା କୃଷି, ବିଭିନ୍ନ ବ୍ୟାଙ୍କ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.