csstore

ସାମ୍ବାଦିକଙ୍କ ମାତୃ ବିୟୋଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସାମ୍ବାଦିକ କୁନା ବାଗଙ୍କ ମାତୃ ବିୟୋଗ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୬୮ ବର୍ଷ ହେଉଥିଲା । ମାତା ବିଳାସିନି ଦେବୀ ଜଣେ ପରୋପକାରୀ ମହିଳା ଥିଲେ । ବିଗତ ୭ ଦିନ ହେବ ତାଙ୍କର ସ୍ୱାସ୍ଥ୍ୟ ବିଗିଡିବାରୁ ତାଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଶେଷ ସମୟରେ ସ୍ୱାମୀ ରାଧେଶ୍ୟାମ, ତିନି ପୁତ୍ର କୁନା, ମୁନା, ଟୁନା, ତିନି ବୋହୂ ହସ୍ମିତା, ମିନା, ସଂଗୀତା, ଦୁଇ ଝିଅ କଳ୍ପନା, ପଙ୍କଜିନୀ, ଜ୍ୱାଇଁ କଳା କୃଷ୍ଣ, ନାତି ସ୍ୱାଗତ, ସତ୍ୟମ, ପ୍ରିୟାଂଶୁ, ବାପୁନ, ବଣ୍ଟି, ପିକୁନ, ନାତୁଣୀ ପ୍ରାଚୀ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ପରିଚିତ ମହଲରେ ଶୋକର ଛାୟା ଖେଳି ଯାଇଛି ।

jayashree
Leave A Reply

Your email address will not be published.