ଆଚମ୍ବିତ କଲା ଭଳି ଘଟଣା : ୫ ବର୍ଷ ଧରି ମାଟି ଖାଇ ବଞ୍ଚିଛି ନାବାଳିକା

ମାଲକାନଗିରି : ଆଚମ୍ବିତ କଲା ଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ମାଟି ଖାଇ ଜଣେ ନାବାଳିକା ବଂଚି ରହିଥିବା ଜଣାପଡ଼ିଛି । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ଘଟଣାଟି ସତ । ଗତ ୫ ବର୍ଷ ଧରି ନାବାଳିକା ଜଣକ ମାଟି ଖାଇ ହିିଁ ବଂଚି ରହିଛି । ସୂଚନା ଅନୁସାରେ ମାଲକାନଗିରି ସଦର ମହକୁମା ଚମ୍ପାଖାରୀ ଗ୍ରାମର ନରସିଂହ ମାଢିଙ୍କ ଝିଅ ପୁଷ୍ପା ମାଢି(୧୪) ଗତ ୫ ବର୍ଷ ହେଲା ମାଟି, ଇଟା ଖାଉଛି ଏବଂ ବଂଚିଛି । ଆହୁରି ଆଶ୍ଚର୍ୟ୍ୟର କଥା ଯେ, ପୁଷ୍ପା ଆଲୁଅ ଦେଖି ନାହିଁ ଗତ ୧୦ ବର୍ଷ ହେଲା । ଏକ ଅନ୍ଧାର ଘର ଭିତରେ ରହିଆସୁଛି । ବାହାରକୁ ବାହାରୁ ନାହିଁ ଜମାରୁ। ମିଳିଥିବା ତଥ୍ୟ ଅନୁସାରେ ନିଜ ମାଆକୁ ଛାଡିଦେଲେ ଅନ୍ୟ କାହା ସହ ସେ କଥାବାର୍ତ୍ତା ହେଉ ନଥିବା ବେଳେ ତାର ଏ ଅବସ୍ଥାରେ ପରିବାର ଲୋକେ ବି ଚକିତ ହୋଇ ଯାଇଛନ୍ତି ।

Leave A Reply

Your email address will not be published.