centurian jitm

ମାସିକ ଆଲୋଚନା ଆସର, ଗଳ୍ପ ପଠନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱସ୍ତି ସାହିତ୍ୟ ସଂସଦ ତରଫରୁ ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ମାସିକ ଆଲୋଚନା ଆସର, ଗଳ୍ପ ପଠନ ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ବିଶିଷ୍ଟ ଶିକ୍ଷାବିତ୍ ତଥା ମ୍ୟୁନିସିପାଲ କଲେଜର ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ, ସାଂସ୍କୃତିକ ପ୍ରାଣସତ୍ତା ଓ ଆମର ଜାତୀୟତା ଉପରେ ଆଲୋଚନା କରିଥିଲେ । ସେ କହିଥିଲେ, ମୁଁ ମୋର ନୁହେଁ, ମୁଁ ଏ ମାଟି ର, ଏ ଭାରତର, ପ୍ରତି ବ୍ୟକ୍ତି ସମାଜ ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିବା ଉଚିତ । ଶିକ୍ଷୟିତ୍ରୀ ନିରୁପମା ପତି ମଞ୍ଚ ପରିଚାଳନା କରିଥିବାବେଳେ, ବରେଣ୍ୟ ଅତିଥି ଭାବେ ଆରଏସପିର ପ୍ରାକ୍ତନ ମହାପ୍ରବନ୍ଧକ ତଥା ଉପସଭାପତି ଇଂ ଗୋପୀନାଥ ପଟ୍ଟନାୟକ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଉପସଂହାରରେ ଶିକ୍ଷାବିତ ପାରେଶ୍ୱର ବିଶ୍ୱାଳ ନିଜର ସୁଚିନ୍ତିତ ମତ ରଖିଥିଲେ । କାଚ କାନ୍ଥ ଗଳ୍ପ ପଠନ କରିଥିଲେ, ଗାଳ୍ପିକା ତଥା ଶିକ୍ଷୟିତ୍ରୀ ପୁଷ୍ପାରାଣୀ ପଟେଲ ଓ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ କଵି ତ୍ରିଲୋଚନ ସ୍ୱାଇଁ, ଅଜୟ ମହାନ୍ତି, ସୁନୀଲ ମହାନ୍ତି, ସ୍ନେହଲତା ପଟ୍ଟନାୟକ କବିତା ପାଠ କରିଥିଲେ । ଏଥିରେ ସମ୍ପାଦକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପରିଶେଷରେ ସଂଗଠକ ହରିହର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଗୀତାରାଣୀ ବେହେରା ଏକ ଭଜନ ପରିବେଷଣ କରିଥିଲେ । ପ୍ରତିମାସର ଏପରି ମୂଲ୍ୟବାନ ଆଲୋଚନା ଆସର ଅନୁଷ୍ଟିତ ହେଉଥିବାରୁ ବୁଦ୍ଧିଜୀବୀ ମାନେ ସ୍ୱସ୍ତି ସାହିତ୍ୟ ସଂସଦକୁ ଖୁବ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.