pakka

ଟିଟିଲାଗଡ ଦେଶିଲ ନିକଟରେ ମାଟି ପକାଇ ପୋତା ଯାଉଛି ଜମି : ରୟାଲ୍ଟି କାହା ପାଖକୁ ଗଲା ?

bbehera

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଜମି ବ୍ୟାପାର କରିବା ପାଇଁ ଟିଟିଲାଗଡ଼ ସହର ତଥା ଆଖପାଖ ଅଞ୍ଚଳରେ ଜମି କିଣା ବିକା ଚାଲିଛି । ଖାଲୁଆ ଜମିକୁ ଉଚ୍ଚ କରିବା ପାଇଁ ଶହ ଶହ ଟ୍ରିପ ମାଟି ପକାଯାଉଛି । ତାହା ପୁଣି ଆର୍‌ଆଇଙ୍କୁ ନ ଜଣାଇ । ସରକାରୀ ମାଟି ନେବାକୁ ହେଲେ ଆର୍‌ଆଇ ଅଫିସରେ ରୟାଲଟି ବାନ୍ଧିବାକୁ ପଡ଼ିଥାଏ । ଦେଶିଲ ନିକଟ ଜମିରେ ଶହ ଶହ ଟ୍ରିପ୍ ମାଟି ପକାଇ ଜମିକୁ ସମତଳ କରାଯାଉଅଛି କିନ୍ତୁ ସରକାରଙ୍କୁ କିଛି ଟିକସ ନ ଦେଇ । ଏବେ ଜେସିବି ଲଗାଇ ଚାଲିଛି କାମ, ଏମିତି ବାରମ୍ୱାର ହେଉଥିବା ବେଳେ ଆର୍‌ଆଇ, ତହସିଲଦାର, ଉପଜିଲ୍ଲାପାଳ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଏହିଭଳି ଅସାଧୁ ବ୍ୟକ୍ତିମାନଙ୍କ ଠାରୁ ଜୋରିମାନା ଆଦାୟ କରିବା ପାଇଁ ଦାବି ହେଉଛି । ଯଦି ସହରକୁ ଲାଗି ଏମିତି କାମ ହେଉଚି ତାହେଲେ ଭିତିରିଆ ଗାଁ ମାନଙ୍କରେ କଣ ହେଉ ନ ଥିବ ବୋଲି ଲୋକେ ଆଲୋଚନା କରୁଛନ୍ତି । ଯେଉଁଥି ପାଇଁ ସରକାରଙ୍କ ବହୁତ ରାଜସ୍ୱ ହାନି ଘଟୁଛି । ଏ ଦିଗରେ ଦୃଷ୍ଟି ଦେଇ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି । ଆର୍‌ଆଇ ଅଫିସରେ ପଚରା ଉଚୁରା କରିବାରୁ କୌଣସି ବ୍ୟକ୍ତି କି ସଂସ୍ଥା ଆମକୁ ନ ଜଣାଇ ଏହି କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି । ତାହେଲେ ଏହା ଉପରେ ପଦକ୍ଷେପ କେବେ ନିଆ ଯିବ ? ଲୋକେ ଅପେକ୍ଷା କରିଛନ୍ତି ।

jay balangir
Leave A Reply

Your email address will not be published.

3 × five =