pakka

ଉଠା ଦୋକାନୀମାନଙ୍କ ସହ କଳିକେଶଙ୍କ ଭାବ ବିନିମୟ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଠା ଦୋକାନୀମାନଙ୍କ ସହ ଭାବ ବିନିମୟ କରିଛନ୍ତି ବଲାଙ୍ଗିର ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ । ବଲାଙ୍ଗିର ମୀନା ଟେଣ୍ଟ ହାଉସ୍‌ରେ ବଲାଙ୍ଗିର ଉଠାଦୋକାନୀ ମହାସଂଘର ସଭାପତି ଦଳିତ ନେତା ଶମ୍ଭୁ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଠା ଦୋକାନୀମାନଙ୍କୁ ଉଦ୍‌ବୋଧନ ଦେଇଛନ୍ତି କଳିକେଶ । ଉଠାଦୋକାନୀଙ୍କ ସମସ୍ତ ସମସ୍ୟା ପ୍ରତି ବିଶେଷ ଦୃଷ୍ଟି ଦିଆଯିବାକୁ ପ୍ରତିଶ୍ରୁତି ଦେବା ସହ ଶ୍ରୀ ସିଂହଦେଓ ସେମାନଙ୍କଠାରୁ ସମର୍ଥନ ଲୋଡ଼ିଛନ୍ତି । ବଲାଙ୍ଗିରରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସମସ୍ତଙ୍କ ସହଯୋଗ ମଧ୍ୟ କାମନା କରିଛନ୍ତି କଳିକେଶ । ବଲାଙ୍ଗିରର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ୍‌ ରହିଥିବା ବେଳେ ଏହାର ପ୍ରମାଣ ସ୍ୱରୂପ ନିଜେ ନବୀନ ପଟ୍ଟନାୟକ କଂଟାବାଂଜି ଆସନରେ ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶ୍ରୀ ସିଂହଦେଓ କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ବଲାଙ୍ଗିର ଜିଲ୍ଲା ଦ୍ୱିତୀୟଥର ପାଇଁ ସ୍ଥାନୀୟ ଜନପ୍ରତିନିଧି ଭାବେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ପାଇବାକୁ ଯାଉଛି । ପ୍ରଥମେ ସ୍ୱର୍ଗତ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କୁ ପାଇଥିଲା ଏବଂ ଏବେ ନବୀନ ପଟ୍ଟନାୟକଙ୍କୁ ବଲାଙ୍ଗିର ମାଟି ପାଇବ । ଏହା ବଲାଙ୍ଗିର ପାଇଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଥିଲେ ।

jay balangir
Leave A Reply

Your email address will not be published.

11 − five =