pakka

ଜଗନ୍ନାଥପଡ଼ାର ରାମଲୀଳାରେ ଭରତ ମିଳନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ପ୍ରଦର୍ଶିତ ହୋଇଛି ଭରତ ମିଳନ । ରାମଙ୍କୁ ଭେଟି ଶ୍ରୀରାମଙ୍କ ପାଦୁକା ନେଇ ଫେରିଛନ୍ତି ଭରତ । ଏଥିସହିତ ଅଯୋଧ୍ୟା କାଣ୍ଡ ସମାପ୍ତ ହେବା ସହ ଲଙ୍କାକାଣ୍ଡ ଆରମ୍ଭ ହୋଇଛି । ଚମକ୍ରାର ଅଭିନୟରେ ଦର୍ଶକଙ୍କୁ ବିମୋହିତ କରୁଛନ୍ତି କଳାକାରମାନେ । ସୀତା ଭୂମିକାରେ ଅଭିନୟ କରୁଛନ୍ତି ଜଣେ ଉଚ୍ଚ ଶିକ୍ଷିତ ଯୁବକ ମାନସ ସାହୁ । ତାଙ୍କ ନିଖୁଣ ଅଭିନୟ ଖୁବ୍‌ ଜୀବନ୍ତ ମନେ ହେଉଥିବା ବେଳେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ପକାଉଥିବା ଦେଖିବାକୁ ମିଳିଛି । ଆଜିର ଯୁଗରେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ପୌରାଣିକ ରାମଲୀଳା ଦେଖିବା ପାଇଁ ହଜାର ହଜାର ଦର୍ଶକଙ୍କ ଭିଡ଼ରେ ଉଛୁଳି ପଡ଼ୁଛି ରାମଲୀଳା ମଣ୍ଡପ । ପ୍ରତ୍ୟହ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଏହି ରାମଲୀଳା ନାଟକକୁ ମନଭରି ଉପଭୋଗ କରୁଛନ୍ତି ଦର୍ଶକବୃନ୍ଦ । ଶ୍ରୀରାମଙ୍କ ଅପୂର୍ବ ଚରିତ, ପିତା ସତ୍ୟ ପାଳନରେ ଚଉଦ ବରଷ ବନବାସ ଏବଂ ଭରତ ମିଳନ ବିଷୟ ସମାପ୍ତି ପରେ ଗତକାଲି ପୁଣି ଆରମ୍ଭ ହୋଇଛି ଲଙ୍କା କାଣ୍ଡ । ଆସନ୍ତା ୨୬ ତାରିଖ ଦିନ ସୀତାଚୋରି ପ୍ରଦର୍ଶିତ ହେବ ବୋଲି ରାମଜୀ ନାଟ୍ୟ ସଂସଦ ପକ୍ଷରୁ ସୂଚନା ଦିଆଯାଇଛି ।

jay balangir
Leave A Reply

Your email address will not be published.

fourteen + 2 =