mahavir

ବଲାଙ୍ଗିର ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଠିଆ ଉପହାର୍‌

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ମଠିଆ ଉପହାର୍‌ । ଏନ୍‌ତା ଗୁଟେ ଦୁରୁଶ ଆଏଜ୍‌ ଦେଖ୍‌ବାର୍‌ କେ ମିଲିଛେ ବଲାଙ୍ଗିର ସହରେ । ବଲାଙ୍ଗିର ସହରର ଭିନେ ଭିନେ ୱାର୍ଡ କେ ଠିକ୍‌ ଭାବେ ପାଏନ୍‌ ସପ୍ଲାଏ ନେଇଁ ହଉଥିବାର୍‌ ହେତୁ ଆଏଜ୍‌ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁଙ୍କର ନେତୃତ୍ୱ ନେ କାଉନ୍‌ସିଲର୍‌ ଆର୍‌ ବିଜେଡ଼ି କର୍ମକର୍ତ୍ତାମାନେ ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରେଇଛନ୍‌ । ରଟ୍‌ ଖରା ଥି ରଡ଼ି ଛାଡ଼ୁଛେ ବଲାଙ୍ଗିର ସହର । ଫେର୍‌ ବନ୍ଧ ମାନ୍‌କର ଉନ୍ନତିକରଣ ଲାଗି ସହରର ୧୭ଟା ବନ୍ଧ ଭିତ୍‌ରୁ ୭ଟା ବନ୍ଧର ପାଏନ୍‌ କାଟି ଦିଆହେଇଛେ । ଏନ୍‌ତା ସମିଆଁ ଥି ପାଏନ୍‌ ଟିକେ ଲାଗି ସହର୍‌ବାସୀ ବାଏବିଛୋ ହେଇଯଉଛନ୍‌ । ସେଥି ବଲାଙ୍ଗିର ପିଏଚ୍‌ଡ଼ି ଠିକ୍‌ ଭାବେ ପାଏନ୍‌ ସପ୍ଲାଏ ନେଇଁ କର୍‌ବାର୍‌ । ଇ ବିଷୋ କେ ବିରୋଧ କରି ଆଏଜ୍‌ ବଲାଙ୍ଗିର ପିଏଚ୍‌ଡ଼ି ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରାଉ କରାଯାଇଥିବାର୍‌ କୁହାଯାଇଛେ । ଆସ୍‌ବାର୍‌ ୭ ଦିନ ଭିତ୍‌ରେ ଯଦି ଇ’ ସମସ୍ୟାର୍‌ ସମାଧାନ୍‌ ନେଇଁ ହେବା, ବଏଲେ ବଡ଼୍‌ ଭାରି ଜନ୍‌ ଆନ୍ଦୋଳନ ହେବା ବଲି ଚେତାବନୀ ବି ଦିଆଯାଇଛେ ।

Leave A Reply

Your email address will not be published.