csstore

ମୁରିବାହାଲ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ଗୁରୁବାର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ସରୋଜ କୁମାର ନାୟକଙ୍କ ସଭାପତିତ୍ୱରେ ଓଡ଼ିଆ ଅଧ୍ୟାପକ ଦିଲ୍ଲୀପ କୁମାର ପଶାୟତ ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ଛନ୍ଦାଚରଣ ଖୁଣ୍ଟିଆ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ପଧାନ, ଗୁଣସାଗର ମେହେର, ସୋମେଶଦତ୍ତ ହୋତା, ଘନଶ୍ୟାମ ଖମାରୀ, ଭ୍ରିଙ୍ଗରାଜ ରଣା, ପ୍ରେମଚାନ୍ଦ ତାଣ୍ଡି, ପଙ୍କଜ ସାହୁ, ମୀରାବାଈ ଗଡତ୍ୟା, ଶୈଳିକା ନାଏକ, ସରିତା ରଣା, ଫାଲଗୁନି ଦାସ, କୈଳାସ ଯାନୀ, ବାବୁଲା ନାଏକ, ବିଜୟ କଲତା, ଶରତ ପଧାନଙ୍କ ସହ ଅନିରୁଦ୍ଧ ପଧାନ, ଅଭୟ ଦାସ, କୈଳାସ ଦାସ, ସୁନିତା ବଘାର, ଡମ୍ବରୁ ରଣା, କାଳିଆ ପଧାନ, ଶଶୀ ପଶାୟତ, ଦିଲ୍ଲୀପ ଘିଭେଲା, ମାନିନୀ କମ୍ପ ଓ ପଙ୍କଜିନୀ ମିଶ୍ର ପ୍ରମୁଖଙ୍କ ସହ ଡ଼ିଗ୍ରୀ କଲେଜର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.