ବାରମ୍ବାର ଅଭିଯୋଗ ପରେ ମଧ୍ୟ ରାସ୍ତା ସାଜିଛି ମରଣଯନ୍ତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗାଇସିଲେଟ ଭାୟା ପଦ୍ମପୁରରୁ ବଲାଙ୍ଗିର ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଡାଙ୍ଗବାହାଲଠାରେ ମରଣଯନ୍ତା ପାଲଟିଛି । ଏହି ରାସ୍ତା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ବେଳେ ଗାଇସିଲେଟ ସଦର ମହକୁମାକୁ ମଧ୍ୟ ସଂଯୋଗ କରୁଛି । ଏହି ରାସ୍ତାରେ ପ୍ରତିଦିନ ଅଙ୍ଗନବାଡିଠାରୁ ଶିଶୁ ମନ୍ଦିର, କଲେଜ ଛାତ୍ର ଛାତ୍ରୀ ତଥା ହଜାର ହଜାର ଗାଡି ମୋଟର, ଆମ୍ବୁଲାନ୍ସ, ମାଲବାହୀ ଯାନ ଯାତୟାତ କରୁଥିବା ବେଳେ ବହୁଲୋକ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ଗୋଟିଏ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ବେଳେ ଟିକେ ବର୍ଷା ହେଲେ ଜାତାୟତ ବାଧାପ୍ରାପ୍ତ ହେଉଛି । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ଓ ନେତା ମନ୍ତ୍ରୀ ଜାଣି ଶୁଣି ଚୁପ ରହୁଥିବା ବେଳେ ଜନ ଅସନ୍ତୋଷ ବଢ଼ି ଚାଲିଛି । ତେଣୁ ପ୍ରତିବାଦ କରି ଅଞ୍ଚଳବାସୀ ରାସ୍ତାରେ ପଲ୍ହା ରୋଇ ପ୍ରତିବାଦ କରିଛନ୍ତି । ଆଗାମୀ ଦିନରେ ଏହି ରାସ୍ତା ମରାମତି କରାନଗଲେ ଜନ ଆନ୍ଦୋଳନର ରୂପ ନେବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.