pr

ଶୁଣିଲାନି ପ୍ରଶାସନ, ମରାମତି କଲେ ଗ୍ରାମବାସୀ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ମକୁନ୍ଦପୁର ପଞ୍ଚାୟତ ହିର୍ଲିମାଲ, ତେଲପାଲି, ଜାମଝରଣକୁ ସଂଗୋଗ କରୁଥିବା ରାସ୍ତା ଶୋଚନୀୟ ଅବସ୍ଥାରେ ପଡ଼ିଥିବା ଏହି ରାସ୍ତାରେ ବିଭିନ୍ନ ସମୟରେ ବଡ଼ ବଡ଼ ଟ୍ରକ୍, ହାଇୱା ଗାଡ଼ି ଯାଇ ରାସ୍ତାରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ରାସ୍ତାର ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହେବ ସହ ରାସ୍ତାରେ ଉଭୟ ପାଖରେ ମାଟି ଧସି ଯାଉଥିବା ଦେଖିବାକୁ ମିଳୁଛି । ବର୍ଷା ଯୋଗୁଁ ଧୀରେ ଧୀରେ ଏହି ରାସ୍ତାର ଅବସ୍ଥା ଆହୁରି ଖରାପ ସ୍ଥିତିକୁ ଯାଉଛି, ଏହାକୁ ନେଇ ଅଞ୍ଚଳବାସୀ ବିଭିନ୍ନ ସମୟରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ମିଳୁନଥିବାରୁ ଶନିବାର ଦିନ ଅଞ୍ଚଳର ଯୁବକମାନେ ନିଜସ୍ୱ ଖର୍ଚ୍ଚରେ ଏହି ରାସ୍ତାରେ ସିମେଣ୍ଟ କଂକ୍ରିଟ କରି ରାସ୍ତା ମରାମତି କରିଥିବା ଦେଖିବାକୁ ମିଳିଛି । ହିର୍ଲିମାଲର ମିସ୍ତ୍ର ପିଙ୍କୁ ବନଛୋର, ପ୍ରଶାନ୍ତ ନାଗ, ରାଜା ବାଘ, ସିଦ୍ଧାନ୍ତ ନାଗ, ଆକାଶ ବଗର୍ତ୍ତି, ସୁଭ୍ରାନ୍ତ ନାଗ, ବିକ୍ରମ ସାହୁ, ରୁଦ୍ର କୁଅଁର, ମିକୁ ଦାସ, ସୂର୍ଯ୍ୟକାନ୍ତ ମନହିରା, କାହ୍ନା ପ୍ରମୁଖ ମିଶି ରାସ୍ତା ମରାମତି କରିଥିଲେ ।

nrusinghnath
Leave A Reply

Your email address will not be published.