
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିରରେ ଆକ୍ସନ ମୋଡ଼ରେ ଜିଲ୍ଲାପାଳ ଓ ଏସପି ବିଭିନ୍ନ ବାଲି ଘାଟରେ ମିଳିତ ଚଢ଼ାଉ । ୧୦ ହାଇୱା ସହ ୨ ଜେସିବି ଜବତ ହୋଇଥିବା ନେଇ ସୂଚନା । ତେବେ ବଲାଙ୍ଗିର ସଦର ଥାନା, ପୁଇଁତଳା ଥାନା, ଆଗଲପୁର ଥାନା ସହ ଟିଟିଲାଗଡ ଥାନାରେ ହାଇୱା ଜବତ କରାଯାଇଛି । ତେବେ ବର୍ଷ ବର୍ଷ ଧରି ବେଆଇନ ଭାବରେ ବାଲି ମାଫିଆ ନଦୀରୁ ବେଆଇନ ଭାବରେ ବାଲି ଚୋରି କରି ମାଲେମାଲ ହେଉଥିବା ବେଳେ କିନ୍ତୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହୋଇଥିଲା । ବଲାଙ୍ଗିର ଜିଲ୍ଲାରେ ବହୁ ଏଭଳି ବେଆଇନ ବାଲି ଘାଟ ରହିଛି ହେଲେ ପ୍ରଶାସନିକ ଉଦାସୀନତା ଓ ସଲାସୁତୁରା ଯୋଗୁଁ ଧାରା ପଡୁନଥିଲେ ମାଫିଆ । ଏବେ କିନ୍ତୁ ନିଜେ ଜିଲ୍ଲାପାଳ ଓ ଏସପି ନିଜେ ରେଡ଼ କରିଥିବା ବେଳେ ଆଶା ସାବାଡ଼ ହେବେ ମଫିଆ । ଏନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।