ବିପୁଳ ପରିମାଣର ମାଓ ସାମାଗ୍ରୀ ଜବତ

କୋରାପୁଟ : କୋରାପୁଟ-ମାଲକାନଗିରି ସୀମାରେ ଚଢଉ କରାଯାଇ ବିପୁଳ ମରିମାଣରେ ମାଓ ସାମାଗ୍ରୀ ଜବତ କରାଯାଇଥିବା ଖବର ମିଳିଛି । ସୂଚନା ଅନୁସାରେ ୧୫ରୁ ୨୦ ମାଓବାଦୀ ଲୁଚିଥିବା ଖବର ପାଇ ବିଏସ୍‌ଏଫ ଓ କୋରାପୁଟ ଡିଭିଏଫ୍‌ର ମିଳିତ ଚଢାଉ ହୋଥିଲା । ଏହି ଚଢଉ ପୂର୍ବରୁ ହିଁ ମାସବାଦୀମାନେ ଫୋରାର୍‌ ମାରିଥିଲେ । ମାଓବାଦୀ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ ବି ସେଠାରୁ ବିପୁଳ ପରିମାଣରେ ମାଓ ସାମାଗ୍ରୀ ଜବତ କରାଯାଇଛି । ଜବତ ହୋଇଥିବା ସମସ୍ତ ସାମାଗ୍ରୀକୁ ଡ୍ରମରେ ପୂରାଇ ମାଓବାଦୀମାନେ ମାଟିତଳେ ଲୁଚାଇ ଦେଇଥିଲେ । ତାହା ଉଦ୍ଧାର ହୋଇଛି । ବର୍ତ୍ତମାନ ସମ୍ପୂର୍ଣ୍ଣ ଖବର ଜଣାପଡି ନାହିଁ । ତଦନ୍ତ ଜାରି ରହିଛି ବୋଲି କୋରାପୁଟ ଏସ୍‌ପି ମୁକେଶ କୁମାର ଭାମୁ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.