jayashree

ପୌର ଅଧ୍ୟକ୍ଷାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଲେ ଆଇନ୍ ମନ୍ତ୍ରୀ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ପୌର ଅଧ୍ୟକ୍ଷା ସ୍ୱର୍ଗତ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନଙ୍କ ବିୟୋଗାନ୍ତକ ଖବର ପାଇ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ତାଙ୍କରି ବାସଭବନକୁ ଯାଇ ଘରେ ସ୍ୱର୍ଗତ ଶ୍ରୀମତୀ ଶର୍ମିଷ୍ଠାଙ୍କ ପ୍ରତିକୃତୀରେ ମାଲ୍ୟାର୍ପଣ କରି ତାଙ୍କ ପ୍ରତି ଗଭୀର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଛତ୍ରପୁର ସହରର ଜଣେ ବଳିଷ୍ଠ ନେତ୍ତୃତ୍ଵକୁ ହରାଇଲା ବୋଲି ଆଇନ୍ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତପ୍ରକାଶ କରିଛନ୍ତି । ତାଙ୍କ ପରିବାର ବର୍ଗ ସହ କଥାବାର୍ତ୍ତା କରି ଶର୍ମିଷ୍ଠା ପ୍ରଧାନଙ୍କ ସ୍ଵାମୀ ଆଡଭୋକେଟ୍ କେ. ଚନ୍ଦ୍ର ଶେଖର ରେଡ୍ଡୀ ଓ ତାଙ୍କ ପୁତ୍ରଙ୍କୁ ସାନ୍ତ୍ଵନା ଦେଇ ସମବେଦନା ଜଣାଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ନିକଟରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗଞ୍ଜାମ ଜିଲ୍ଲାର ଉନ୍ନୟନ ମୂଳକ ପ୍ରକଳ୍ପର ଅଗ୍ରଗତି ଓ ଜିଲ୍ଲାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରିବା ପୂର୍ବକ ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଛତ୍ରପୁର ହେଡ କ୍ୱାର୍ଟରରେ ସଭାମଞ୍ଚର କାର୍ଯ୍ୟକ୍ରମ ସମାହିତ କରିଥିଲେ । ଏହାରି ମଧ୍ୟରେ ସମୟ ବାହାର କରି ସ୍ୱର୍ଗଗାମୀ ଶର୍ମିଷ୍ଠା ପ୍ରଧାନଙ୍କ ଖବର ପାଇ ତାଙ୍କ ବାସଭବନକୁ ଯାଇଥିଲେ । ତାଙ୍କ ସହ ବ୍ରହ୍ମପୁର ସାଂସଦ ଡ଼ଃ. ପ୍ରଦୀପ ପାଣିଗ୍ରାହୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ୍, ଗଞ୍ଜାମ ଏସ୍‌ପି ହରିଶ ବିସି ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ପୌର ଅଧ୍ୟକ୍ଷା ସ୍ୱର୍ଗତ ଶ୍ରୀମତୀ ଶର୍ମିଷ୍ଠାଙ୍କ ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ତାଙ୍କରି ପରିବାରବର୍ଗଙ୍କୁ ମିଳିତ ଭାବେ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.