pr

ଖଲ୍ଲିକୋଟ ଉପ-ଡାକଘର କାର୍ଯ୍ୟାଳୟ ପରିସରରେ ବାର୍ଷିକ ବ୍ୟବସାୟ ଯୋଜନା ସମୀକ୍ଷା ବୈଠକ

dr. purohit

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଉପ-ଡାକଘର ପରିସରରେ ସୋମବାର ବାର୍ଷିକ ବ୍ୟବସାୟ ଯୋଜନା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁର ଡାକ ପରିମଣ୍ଡଳର ମହା-ଡାକପାଳ କର୍ଣ୍ଣେଲ ବିନୋଦ କୁମାର ଉକ୍ତ ବୈଠକରେ ଯୋଗଦେଇ ଖଲ୍ଲିକୋଟ ଉପ-ଡାକଘର ଓ ଖଲ୍ଲିକୋଟ ଆର୍‌ଏସ୍‌ ଉପ-ଡାକଘର ଅଧିନସ୍ଥ ଶାଖା ଡାକପାଳ ଓ ସହ ଶାଖା ଡାକପାଳ ମାନଙ୍କୁ ଗ୍ରାମୀଣସ୍ତରୀୟ ମିଡିଆ ପୋଷ୍ଟର ବିପୁଳ ପ୍ରଚାର, ସ୍ୱଳ୍ପ ସଞ୍ଚୟ ଯୋଜନାରେ ଗ୍ରାମାଞ୍ଚଳର ଶତପ୍ରତିଶତ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବା, ସ୍ଵୟ ସହାୟିକା ଗୋଷ୍ଠୀ ସଦସ୍ୟାଙ୍କୁ ଗ୍ରାମୀଣ ଡାକ ଜୀବନ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରିବା, ଏପରିକି ଗ୍ରାମୀଣ ଡାକ ଜୀବନ ବୀମାର ନେବାକୁ ପ୍ରୋତ୍ସାହିତ କରିବା, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାରେ ଆସୁଥିବା ପାରିଶ୍ରମିକ ଓ ଭତ୍‌ତ୍ତା ରାଶିକୁ ହିତାଧିକରୀଙ୍କ ଘର ନିକଟରେ ଆଇ.ପି.ପି.ବି. ମାଧ୍ୟମରେ ଅର୍ଥ ପୈଠ କରିବା, ଗ୍ରାମାଞ୍ଚଳ ଲୋକଙ୍କ ନିକଟ ସମ୍ପର୍କୀୟମାନେ ଦେଶ ବିଦେଶରେ ରହୁଥିଲେ, ତାଙ୍କ ଆତ୍ମୀୟଙ୍କ ଠାରୁ ପାର୍ସଲ ସଂଗ୍ରହ କରି ପଠାଇବା ସହ ଅନ୍ୟାନ୍ୟ ଡାକ ସେବାକୁ ଆନ୍ତରିକତା ସହ ସମ୍ପାଦନ କରି ଡାକ ବିଭାଗକୁ ଲୋକମାନଙ୍କର ଅଧିକ ନିକଟତ୍ତର କରିବାକୁ ଏହି କାର୍ଯ୍ୟକ୍ରମରେ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଛତ୍ରପୁର ସହ ଡାକ ଅଧୀକ୍ଷକ ଜୱହକ୍ଷର ରାଓ, ଖଲ୍ଲିକୋଟ ଉପ-ଡାକପାଳ ଆଶିଷ କୁମାର ବେହେରା, ମେଲ୍ ଓଭରସିୟର ଶିବରାମ ପଣ୍ଡା, ଡାକ ସେବକ ଯମୁନା ସାହୁ, କୃଷ୍ଣ ଚନ୍ଦ୍ର ବେହେରା, ସୁଜ୍ଞାନୀ ପଣ୍ଡା, ପାର୍ଥ ସାରଥୀ ସାହୁ, ଚିତ୍ରସେନ ସାହୁ, ଦୁର୍ଯ୍ୟୋଧନ ସାହୁ, ଚନ୍ଦନ କୁମାର ପଣ୍ଡା, ସବ୍ୟସାଚୀ ଦାସ, ମୋନାଲିସା ପାଣିଗ୍ରାହୀ, ସୁରଥ ସ୍ୱାଇଁ, ଶର୍ମିଷ୍ଠା ମଲ୍ଲିକ ରାମକୃଷ୍ଣ ମହାରଣା, ବର୍ଷା ନାୟକ, କବିରାଜ ସାହୁ, ଅଭିମନ୍ୟୁ ଶବର, ନିତ୍ୟାନନ୍ଦ ସ୍ଵାଇଁ, ସମୀର ବେହେରା, ସରସ୍ୱତୀ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.