jayashree

ବଲାଙ୍ଗିରରେ ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା–୨୦୨୬”

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର “ସୋମନାଥ ସ୍ୱାଭିମାନ ଯାତ୍ରା–୨୦୨୬” ଅବସରରେ ବଲାଙ୍ଗିର ଜିଲ୍ଲାରୁ ୫୪ ଶ୍ରଦ୍ଧାଳୁ ଗୁଜୁରାଟସ୍ଥିତ ପ୍ରସିଦ୍ଧ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଁ ଗତକାଲି ଦୁଇଟି ବସ୍‌ରେ ଭୁବନେଶ୍ଵର ଅଭିମୁଖେ ଯାତ୍ରା କରିଛନ୍ତି । ଭୁବନେଶ୍ଵରରୁ ବିଶେଷ ଟ୍ରେନ ଯୋଗେ ଶ୍ରଦ୍ଧାଳୁ ମାନେ ସୋମନାଥ ଜ୍ୟୋତିର୍ଲିଙ୍ଗ ଦର୍ଶନ ଯାତ୍ରା କରିବେ । ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ସବୁଜ ପତାକା ଦେଖାଇ ଯାତ୍ରାର ଶୁଭ ଉଦଘାଟନ କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରପରିଷଦରୁ ଆସିଥିବା ଶ୍ରଦ୍ଧାଳୁମାନେ ଏହି ପବିତ୍ର ଯାତ୍ରାରେ ସାମିଲ ହୋଇଛନ୍ତି । ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନେଇ ତୀର୍ଥଯାତ୍ରୀମାନେ ବେଶ ଆନନ୍ଦ ପ୍ରକାଶ କରିଥିଲେ । ସରକାରଙ୍କ ତରଫରୁ ଏଭଳି ସୁବିଧା ଦିଆଯାଇଥିବାରୁ ସେମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର, ଜିଲ୍ଲା କ୍ରଡାୀ ଅଧିକାରୀ ପରାସର ବାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରାଜେନ୍ଦ୍ର କୁମାର ମାଝି ସହିତ ଜିଲ୍ଲା ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.