om academy

ଏନଏସୟୁଆଇ.ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ମନୋନୀତ

jsm

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କଂଗ୍ରେସ ଦଳର ଛାତ୍ର ସଂଗଠନ ଭାରତୀୟ ଜାତୀୟ ଛାତ୍ର ସଂଘ (ଏନଏସୟୁଆଇ)ର କନ୍ଧମାଳ ଜିଲ୍ଲା ସଭାପତି ଭାବେ ଅଂଶୁମାନ ପ୍ରିୟଦର୍ଶନ ମନୋନୀତ ହୋଇଥିବା ଜଣା ପଡ଼ିଛି ।ସଂଗଠନ ର ପରାମର୍ଶଦାତା ସୋନିଆ ଗାନ୍ଧୀ ଏବଂ ଜାତୀୟ ସଭାପତି ନିରଜ୍ କୁଣ୍ଡନଙ୍କ ଦ୍ଵାରା ଅନୁମୋଦନ ପରେ ଜାତୀୟ ସମ୍ପାଦକ ରୋଶନ୍ ଲାଲ ଓଡ଼ିଶାର ୨୭ଟି ଜିଲ୍ଲାର ସଭାପତିଙ୍କ ନାମ ଘୋଷଣା କରିଛନ୍ତି । ଅଂଶୁମାନ ଜିଲ୍ଲା ସଭାପତି ହେବା ପରେ ସଂଗଠନର ରାଜ୍ୟ ସଭାପତି ସାୟାଦ ଆସିର ନୱେଜଙ୍କ ସମେତ ଦଳୀୟ ନେତୃବୃନ୍ଦଙ୍କ ଠାରେ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି । ଅପର ପକ୍ଷେ ଅଂଶୁମାନଙ୍କ ସଭାପତି ହେବା ଖବରରୁ ଜିଲ୍ଲା ଯୁବ ଗୋଷ୍ଠୀ ଅଧିକ ଉତ୍ସାହିତ ହେବା ସହ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟୁଛି ।

Leave A Reply

Your email address will not be published.