om academy

ବେଲଗୁଣ୍ଠା ଇଣ୍ଡିଆନ ଓଭର୍ ସିଜ୍ ବ୍ୟାଙ୍କ ଶାଖାରେ ଗତ ୧୩ ଦିନରୁ ଅଧିକ ହେଲା ତାଲା : ଗ୍ରାହକ ହନ୍ତସନ୍ତ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କରୋନା ସଂକ୍ରମଣରେ ଜନଜୀବନ ବେହାଲ୍ । ସରକାର ଜାରି କରିଛନ୍ତି ଲକ୍ ଡାଉନ୍ । କିନ୍ତୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବା ପାଇଁ ସମୟ ସୀମା ଧାର୍ୟ୍ୟ କରିବା ସହ ବ୍ୟାଙ୍କ, ଏଟିଏମ୍ ଖୋଲା ରଖିବା ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ବେଲଗୁଣ୍ଠା ଇଣ୍ଡିଆନ ଓଭର୍ ସିଜ୍ ବ୍ୟାଙ୍କ ଶାଖାରେ ଗତ ୧୩ ଦିନରୁ ଅଧିକ ଦିନ ହେଲା ତାଲା ଝୁଲୁଥିବାରୁ ବହୁ ଗ୍ରାହକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଇଛି । ଲକ୍-ଡାଉନରେ ଲୋକଙ୍କ ଜୀବନ ଜୀବିକା ବିପଦରେ ଥିବା ବେଳେ ବ୍ୟାଙ୍କ୍ ବାଲାଙ୍କ ଦାୟିତ୍ୱହୀନତା ଦେଖିବାକୁ ମିଳିଛି । ଲୋକଙ୍କ ସେବା ପାଇଁ ଏହି ବ୍ୟାଙ୍କ ଯେ କେତେ ତତ୍ପରେ ତାହା ଜଣାପଡିଛି । ନିଜର ଜୀବନ ଦାଉରେ ଲଗାଇ ଜୀବିକା ହରାଇ ଲକ୍-ଡାଉନ୍‌ରେ ସାଧାରଣ ଲୋକ ହଇରାଣ ହେଉଛନ୍ତି । ଏହି ପରିସ୍ଥିତିରେ ନିଜ ସଞ୍ଚିତ ଅର୍ଥକୁ ବ୍ୟବହାର କରି ଚଳିବା ଛଡା ଲୋକଙ୍କ ଅନ୍ୟ ବାଟ ନାହିଁ । କିନ୍ତୁ ବ୍ୟାଙ୍କ ବନ୍ଦ ଥିବା ଯୋଗୁଁ ନଗଦ ଟଙ୍କା ଉଠାଇ ନ ପାରି ବହୁ ଜନସାଧାରଣ ହଇରାଣ ହେଉଛନ୍ତି । ବୃଦ୍ଧବୃଦ୍ଧାଙ୍କ ନିକଟରେ ଏଟିଏମ୍ କାର୍ଡ ନ ଥିବାରୁ ସେମାନେ ଭତ୍ତା ଟଙ୍କା ଉଠାଇବା ପାଇଁ ସକାଳୁ ବ୍ୟାଙ୍କ ଆଗକୁ ଯାଇ ବ୍ୟାଙ୍କରେ ତାଲା ଦେଖି ଫେରି ଆସୁଥିବା ଲକ୍ଷ୍ୟ କରାଯାଇଛି । ବହୁ ବ୍ୟବସାୟୀଙ୍କ ଚାଲୁ ଖାତା ଥିବାରୁ ସେମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି । ଏ ନେଇ ଶାଖା ପରିଚାଳକଙ୍କ ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା । କିନ୍ତୁ ଫୋନ୍ ବନ୍ଦ ଥିବା ଯୋଗୁଁ ଫୋନରେ ଯୋଗାଯୋଗ ମଧ୍ୟ ହୋଇପାରିନାହିଁ । ବ୍ୟାଙ୍କର କିଛି କର୍ମଚାରୀଙ୍କ ସ୍ୱାସ୍ଥ୍ୟ ଭଲ ନ ଥିବା ଅବା ସେମାନଙ୍କୁ କୁଆଡେ କୋରନା ସଂକ୍ରମଣ ହୋଇଥାଇ ପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Leave A Reply

Your email address will not be published.