କରପଡା ଗ୍ରାମର ମା’ ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠାର ଅଧିବାସ ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସ୍ଥିତ ଛତ୍ରପୁର ନିକଟବର୍ତ୍ତୀ କରପଡା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ, ଗ୍ରାମଦେବୀ ମା’ ଅଶ୍ୱମୁଖୀ ବୁଢ଼ୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଏବଂ ମହାଯଜ୍ଞ ବହୁ ଆଡମ୍ବରପୂର୍ଣ୍ଣ ବୈଦିକ ରୀତିନୀତିରେ ଆରମ୍ଭ ହେବାକୁ ଯାଉଛି । ଏହି ପ୍ରତିଷ୍ଠାରେ ଘୃତଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ, ଗୋ-ପୂଜନ, କନ୍ୟା ପୂଜନ, ଏବଂ ଅର୍ଣ୍ଣ ଯଜ୍ଞ ବୈଦିକ ରୀତିନୀତିରେ ଆଡ଼ମ୍ଭର ସହକାରେ ପାଳିତ କରାଯିବ ବୋଲି କରପଡା ଗ୍ରାମବାସୀଙ୍କ ତରଫରୁ ପ୍ରତିଷ୍ଠାର ମୁଖ୍ୟ କର୍ତ୍ତା କୃଷ୍ଣ ଚନ୍ଦ୍ର ନାୟକ (ମହାରାଜ)ଙ୍କ ମାଧ୍ୟମରେ ଜଣାଇଛନ୍ତି । ଏହି ପ୍ରତିଷ୍ଠାରେ କମିଟି ପରିଚାଳନା ସଭାପତି ଲୋକନାଥ ନାୟକ, ସମ୍ପାଦକ ଉତ୍ତମ ନାୟକ, କୋଷାଧକ୍ଷ କୁଞ୍ଜବିହାରୀ ନାୟକ ଏବଂ ପ୍ରତିଷ୍ଠା କମିଟିର ସଭାପତି – ପ୍ରଶାନ୍ତ କୁମାର ନାୟକ, ସମ୍ପାଦକ ଭାସ୍କର ନାୟକ, କୋଷାଧକ୍ଷ ଜଗନ୍ନାଥ ନାୟକ ଏବଂ ଉଭୟ କମିଟିର ସଂଯୋଜକ ରାମଚନ୍ଦ୍ର ନାୟକ କାର୍ଯ୍ୟ ନିର୍ବାହ କରୁଛନ୍ତି ଓ ଏତତ ବ୍ୟତୀତ ଉଭୟ କମିଟିର ମୁଖ୍ୟ ଉପଦେଷ୍ଟା ବଳରାମ ନାୟକ, ଆଇନଜୀବୀ ବିପିନ ବିହାରୀ ନାୟକ, ପିତାମ୍ବର ଚର୍ତ୍ତୀ, ପୁରୁଷତ୍ତମ ଚର୍ତ୍ତୀ, ଗୋବଦ୍ଧର୍ନ ନାୟକ, ଗୋବଦ୍ଧର୍ନ ଚର୍ତ୍ତୀ, ନାରାୟଣ ଚର୍ତ୍ତୀ, ଚନ୍ଦ୍ରମଣି ଚର୍ତ୍ତୀ, ନାରାୟଣ ଚୌଧୁରୀ, ଜଗନ୍ନାଥ ରାଓ, ଟି. ରାମା ରାଓ, କବିରାଜ ଚର୍ତ୍ତୀ ଏବଂ ଗ୍ରାମର ଏମିତି ଅନେକ ଭଦ୍ରବ୍ୟକ୍ତି ଗ୍ରାମବାସୀ ସାମିଲ ଅଛନ୍ତି । ଏହି ପ୍ରତିଷ୍ଠାରେ ମୁଖ୍ୟ ପ୍ରଚାରକ ଭାବେ ପଣ୍ଡିତ ସିମାଞ୍ଚଳ ତ୍ରିପାଠୀ, ଆଚାର୍ଯ୍ୟ ପଣ୍ଡିତ ମନୋରଞ୍ଜନ ତ୍ରିପାଠୀ, ପୁରୋହିତ ପଣ୍ଡିତ ବାବୁଲା ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଭବ୍ୟ- ପ୍ରତିଷ୍ଠା ହେବାକୁ ଯାଉଛି । ରବିବାର କଳସ ଯାତ୍ରା ଅନୁଷ୍ଠିତ ହେବ । ଏଥିରେ ପ୍ରାୟ ଏକହଜାରରୁ ଅଧିକ ମହିଳା ଭକ୍ତ କଳସ ଯାତ୍ରାରେ ପବିତ୍ର ଋଷିକୁଲ୍ୟା ନଦୀ ଘାଟରୁ ଜଳ ଆଣି ବହୁ ଆଡମ୍ବରପୂର୍ଣ୍ଣ ଭାବେ, ପଟୁଆର କରାଯାଇ ଯଜ୍ଞସ୍ଥଳରେ ସଂସ୍ଥାପନା କରାଯିବ । ଏହି ସବୁ ଦାୟିତ୍ୱ ମା’ ରାମଚଣ୍ଡୀ ପୂଜା କମିଟି ସଭାପତି ସି.ଏଚ୍. ଦୟାନନ୍ଦ ରେଡ୍ଡୀ ଏବଂ ସଂଯୋଜକ କମଳ କୁମାର ପଣ୍ଡା, ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ସହ-ସଂଯୋଜକ ତୁଷାର କାନ୍ତ ଶତପଥି, ଜ୍ୟୋତିଷୀ ଦୀପକ କୁମାର ଦାଶ ଦାୟିତ୍ୱ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହି ଭବ୍ୟ କାର୍ଯ୍ୟକ୍ରମକୁ କରପଡ଼ା ଗ୍ରାମ ପଂଚାୟତର ସମସ୍ତ ଗ୍ରାମର ଗ୍ରାମବାସୀ ଓ ସରପଞ୍ଚ ଅଜୟ ନାୟକଙ୍କ ଉପସ୍ଥିତିରେ ଚଳିତ ୨୨ ତାରିଖ ଠାରୁ ତା ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ଯଜ୍ଞ ଅନୁଷ୍ଠାନରେ ଆଶାତୀତ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.