csstore

ପୁରସ୍କୃତ କରପଡ଼ା ଗ୍ରାମର ରେସକ୍ୟୁ ଟିମ୍‌କୁ ମା’ରାମଚଣ୍ଡୀ ମନ୍ଦିର କମିଟି ପକ୍ଷରୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସ୍‌ଡ଼ିଏମ୍‌ଏ) ଆନୁକୂଲ୍ୟରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସମ୍ପାଦକ ରାମଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ କଠିନରୁ କଠିନ ପରିଶ୍ରମ କରି ଉତ୍ତମ କୌଶଳ ପ୍ରଦର୍ଶନ କରିଥିବା ହେତୁ ରାଜ୍ୟସ୍ତରରେ ଦ୍ଵିତୀୟ ସ୍ଥାନ ହାସଲ କରିବା ସକ୍ଷମ ହୋଇଛନ୍ତି । ଉକ୍ତ ଟିମର ସମ୍ପାଦକ ତଥା କରପଡା ଅଞ୍ଚଳର ଯୁବ ସମାଜସେବୀ ରାମଚନ୍ଦ୍ର ନାୟକ, ଏନ୍‌ଜିଓ ନୋଡାଲ ପ୍ରତିନିଧି ଟୁନା ମହାରଣାଙ୍କ ନେତୃତ୍ୱରେ ମୀନାକ୍ଷି ନାୟକ, ସ୍ମୃତି ଚର୍ତ୍ତି, ଶ୍ରଦ୍ଧାଞ୍ଜଳି ଚୌଧୁରୀ, ରୀତୁନ କୁମାର ମହାପାତ୍ର, ମୋହନ ନାୟକ, ଶଙ୍କର ନାୟକ, ରୁଦ୍ର ନାୟକ ପ୍ରମୁଖ ଅଂଶଗ୍ରହଣ କରିଥିବା ଦକ୍ଷ କୃତ୍ତି ପ୍ରତିଯୋଗୀଙ୍କୁ
ରାଜ୍ୟସ୍ତରରେ ଦ୍ୱିତୀୟ ସ୍ଥାନ ହାସଲ କରି ସଫଳ ହୋଇଥିବା କରପଡ଼ା ଗ୍ରାମର ପୁରସ୍କୃତ ରେସକ୍ୟୁ ଟିମ୍‌କୁ ମା’ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟି ତରଫରୁ ନେତ୍ତୃବର୍ଗଙ୍କ ଦ୍ଵାରା ବିଧିବଦ୍ଧ ଭାବେ ସମ୍ବର୍ଦ୍ଧିତ କରି ସମ୍ମାନିତ କରାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଟ୍ରଷ୍ଟି ଲକ୍ଷ୍ମୀ ନୃସିଂହ ପଣ୍ଡା, ପୂଜା କମିଟି ସଭାପତି ସି.ଏଚ୍‌. ଦୟାନନ୍ଦ ରେଡ୍ଡୀ, କୋଷାଧ୍ୟକ୍ଷ କୁଞ୍ଜ ନାୟକ, ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର, ସୁଧୀର ମହାରଣା, ଦେବ ନାୟକ, ଉତ୍ତମ ନାୟକ,ବରୁଣ ଚୌଧୁରୀ ଓ ଅନ୍ୟ ସମସ୍ତ କମିଟିର ସଦସ୍ୟଗଣ ଉପସ୍ଥିତ ରହି ରେସକ୍ୟୁ ଟିମ୍‌କୁ ଉତ୍ତୋତ୍ତର ଉନ୍ନତି କାମନା କରି ସମ୍ବର୍ଦ୍ଧିତ କରି ଉତ୍ସାହିତ କରିଥିଲେ ।

jayashree
Leave A Reply

Your email address will not be published.