ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତଥା ପଶ୍ଚିମ ଓଡ଼ଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ନୃସିଂହନାଥ ଠାରେ କୁଲତା ସମାଜର ଇଷ୍ଟଦେବୀ ମାଁ ରାମଚଣ୍ଡୀଙ୍କ ଦର୍ଶନ କରିବା ସହ ନବନିର୍ମିତ ହେଉଥିବା ମନ୍ଦିର ୫ଟି କାର୍ଯ୍ୟକୁ ଆଜି ସାଂସଦ ପ୍ରଦୀପ ପୁରୋହିତ ପରିଦର୍ଶନ କରିଥିଲେ । ପରିଦର୍ଶନ ସମୟରେ ସାଂସଦ ସମାଜ ପକ୍ଷରୁ ପ୍ରତ୍ୟେକ ଦିନ ଦିଆଯାଉଥିବା ଅନ୍ନ ଭୋଗ ସମସ୍ତଙ୍କ ସହ ବସି ଅନ୍ନ ଭୋଗ ସେବନ କରିବା ସହ ଖୁସି ଅନୁଭବ ସମାଜକୁ ପ୍ରଶଂସା କରିଥିଲେ । କୁଲତା ସମାଜର କିପରି ସର୍ବାଙ୍ଗୀନ ବିକାଶ ହେବ ସେ ଦିଗରେ ସାଂସଦ ଶ୍ରୀ ପୁରୋହିତ ପରାମର୍ଶ ଦେଉଥିଲେ । ଏଥିରେ ସମାଜର ଯୁବ ସଂଗଠନ ଡା. ବୁଲୁ ବାରିକ, ହାଡ଼ୁ ସାହୁ, ଯୋଗେନ୍ଦ୍ର ଭୋଇ, ଦିନ ବାରିକ ମନୋଜ ବାରିକ, ପୁରଷୋତ୍ତମ ପ୍ରଧାନ, ଭୁବନେଶ୍ୱର ସାହା, ଶୁକଦେବ ପ୍ରଧାନ, ଅକ୍ଷ ପ୍ରଧାନ, ଇନ୍ଦ୍ରଜିତ ଭୋଇଙ୍କ ସହ ଅନ୍ୟ ମାନେ ଉପସ୍ଥିତ ଥିଲେ ।