csstore

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟିର ମଣ୍ଡଳ ସମାବେଶ ଅନୁଷ୍ଠିତ, ଯୋଗଦେଲେ ସାଂସଦ ସଙ୍ଗୀତା

ଟିଟିଲାଗଡ଼, (ସଂଜୟ କୁମାର ନାୟକ) : ମଙ୍ଗଳବାର ଦିନ ସ୍ଥାନୀୟ ଅଭିମନ୍ୟୁ କଲ୍ୟାଣ ମଣ୍ଡପ ଠାରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ତରଫରୁ ମଣ୍ଡଳ ସ୍ତରୀୟ ସମାବେଶ ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଲୋକ ସଭା ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂହଦେଓ, ବିଜେପି ଜିଲ୍ଲା ସଭାପତି ଶିବାଜି ମହାନ୍ତି, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ, ପୁର୍ବତନ ବିଧାୟକ ପ୍ରାର୍ଥୀ ମହେନ୍ଦ୍ର ଠାକୁର, କୁର୍ସୁଡ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରା, ସାଂସଦଙ୍କ ପୌର ପରିଷଦ ପ୍ରତିନିଧି ଆଲୋକ ନାୟକ, ୱାର୍ଡ ନମ୍ବର ୧୫ର କାଉନସିଲର ସୁନିଲ ଆଚାର୍ୟ୍ୟ ମଞ୍ଚାସୀନ ଥିଲେ ।

ଏହି ଅବସରରେ ସାଂସଦ ଶ୍ରୀମତୀ ସିଂହଦେଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନ’ ବର୍ଷ ଶାସନ କାଳରେ କରିଥିବା ବିକାଶ ବିଷୟରେ କହିବା ସହ ଆଜି ବଲାଙ୍ଗିର ଜିଲ୍ଲାର ଉନ୍ନତି ପାଇଁ ଦିଆଯାଇଥିବା ଅବଦାନ ବିଷୟରେ ଆଲୋକପାତ କରିଥିଲେ । ସେହିପରି ଜିଲ୍ଲା ସଭାପତି ଶିବାଜି ମହାନ୍ତି ଟିଟିଲାଗଡ ନିର୍ବାଚନ ମଣ୍ଡଳୀରେ ବିକାଶ ନାମରେ କେବଳ ଠିକାଦାରପୋଷା ନୀତି ଚାଲିଛି, ବିକାଶ କେବଳ ସ୍ଥାନୀୟ ବିଧାୟିକାଙ୍କ ନିକଟତର ଲୋକଙ୍କର ହେଉଛି ବୋଲି କହିଥିଲେ । ସାଧାରଣ ସମ୍ପାଦକ ମୁକେଶ ଜୈନ ଆଗାମୀ ଦିନରେ ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ବିଧାନସଭା ସିଟ୍‌ ହାତେଇବା ସହ ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରାଯିବାକୁ କର୍ମୀଙ୍କୁ ପ୍ରସ୍ତୁତ ହେବାକୁ ଆହ୍ଵାନ ଦେଇଥିଲେ । ସେହିପରି ବିଜେପି ନେତା ମହେନ୍ଦ୍ର ଠାକୁର ଟିଟିଲାଗଡ଼ର ବିକାଶ ନୁହେଁ ଲୋକଙ୍କୁ ଶୋଷଣ କରାଯାଉଛି ବୋଲି କହିଥିଲେ । ନଗର ସଭାପତି ପ୍ରଶାନ୍ତ ଷଡଙ୍ଗୀ ବିଜେପି ଏକ ପ୍ରତିଷ୍ଠିତ ଦଳ ଏବଂ ଏହାର କର୍ମୀ ହୋଇ ନିଜ ଦଳ ପାଇଁ କାର୍ୟ୍ୟ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ । ଶେଷରେ ଆଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମାବେଶରେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ଅକ୍ଷୟ ରଣା, କୁର୍ସୁଡ ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରା, ଲୁଥୁରବନ୍ଧ ମଣ୍ଡଳ ସଭାପତି ଜିବର୍ଧନ ଖର୍ସେଲ୍, ଶଗଡ଼ଘାଟ ମଣ୍ଡଳ ସଭାପତି ସୁଶାନ୍ତ ବନ୍‌ଛୋର, ଶଗଡ଼ଘାଟ ଜିଲ୍ଲା ପରିଷଦ ପ୍ରାର୍ଥୀ ବିନୋଦ ସାହୁଙ୍କ ସମେତ ବିଭିନ୍ନ ମଣ୍ଡଳର ବହୁତ ବିଜେପି କର୍ମୀ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.