pakka

ଗଞ୍ଜାମ ଜିଲ୍ଲାସ୍ତରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଗୋଶାଣୀ ନୂଆଗାଁ  ଚାଚା ନେହେରୁ ବ୍ୟାୟାମ କେନ୍ଦ୍ରର ପରିସରରେ ଥିବା ସମ୍ମିଳନୀ କକ୍ଷରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଏଣ୍ଡିଆ ପକ୍ଷରୁ ଜିଲ୍ଲା ସ୍ଥରୀୟ ମାନବାଧିକାର ପ୍ରଶିକ୍ଷଣ ଶିବିର ଓ କର୍ମଶାଳା ଜିଲ୍ଲା ସଂଯୋଜିକା ଡ଼ଃ. ମିନାକ୍ଷୀ ଦେବୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ଆବାହକ ଓ ଅଧିବକ୍ତା ରାଜୀବ ପଟ୍ଟନାୟକ ଯୋଗଦେଇ ଏହି ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଏଚ.ଆର.ଏଫ୍.  ଇଣ୍ଡିଆର ଅଧ୍ୟକ୍ଷ ମନୋଜ ଜେନା ଯୋଗଦେଇ ସମ୍ପ୍ରତି ବିଶ୍ୱରେ ବିଭିନ୍ନ କ୍ଷେତ୍ରରେ ମାନବାଧିକାର ଖୋଲା ଉଲଂଘନ ହେଉଛି ଏବଂ କୋଟିକୋଟି ଶିଶୁ ଅବହେଳାର ଶିକାର ହେଉଛନ୍ତି । ଏହାସହ ମହିଳା ଓ ମାନବଚାଲାଣକାରଙ୍କ ନିର୍ଯ୍ୟାତନା ବଢି ଚାଲିଛି ମାନବ ଜାତି, ଜଳବାୟୁ ପରିବର୍ତ୍ତନ, ଆତଙ୍କବାଦ, ସାମାଜିକ ଓ ଅର୍ଥନୈତିକ ଅସମାନତା ଆଦି ଅନେକ ଆହ୍ୱାନ ସମ୍ମୁଖୀନ ହେଉଥିବା କହିଛନ୍ତି ଏଣୁ ଆଜିର ଦିନରେ ସମସ୍ତେ ସଚେତନତା ସୃଷ୍ଟି କରିବା ଆପଣଙ୍କମାନଙ୍କ ମୂଳ ଉଦ୍ଦେଶ୍ୟ ବୋଲି ସେ ମତ ରଖିଥିଲେ ଜିଲ୍ଲା ଆବାହକ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ (ଏଚ୍‌ଆର୍‌ଏଫ୍‌ଆଇ) ନାରାୟଣ ମହାଙ୍କୁଡଙ୍କ ପୌରାହିତ୍ୟରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷିତ କରାଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ବ୍ରହ୍ମପୁରର ସଭାପତି ଗୋପାଳ ପଟ୍ଟନାୟକ, ପୂର୍ବତନ ଗଞ୍ଜାମ ଓକିଲ ସଂଘର ସଭାପତି ସୁବାଷ ଚନ୍ଦ୍ର ପାଳ, ଜିଲ୍ଲା ସହ ସଂଯୋଜକ କୁଶ କୁମାର ପ୍ରଧାନ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ କେର୍‌ ଏଣ୍ଡ ଶେର୍‌ ସାରା ମିଶ୍ର, ଦିବ୍ୟଜ୍ୟୋତି ଓପେନ ସେଣ୍ଟର ସଂଚାଳିକା ରେସ୍ମା ରାଣୀ ସେଠି, ଗଞ୍ଜାମ ପର୍ଯ୍ୟବେକ୍ଷକ ଭାବେ ଭିକାରି ନାୟକ, ସତ୍ୟ ଚେତନ ପରିଡା ଓ ପ୍ରଶାନ୍ତ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା ।  ଏନ. ଆର.ଡି.ଓର ନିର୍ଦ୍ଦେଶକ ଚିନ୍ମୟ କୁମାର ନାୟକ, ସେବା ଅନୁଷ୍ଠାନ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ବେହେରା, ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ନିର୍ଦ୍ଦେଶକ ଆଲୋକ କୁମାର ପଟ୍ଟନାୟକ, ଦିବ୍ୟଜ୍ୟୋତି ସେବା ସଦନର ଜୟ ବାବୁ, ସୂର୍ୟ୍ୟ ନାରାୟଣ ବେହେରାଙ୍କ ସହ ଜିଲ୍ଲାର ବିଭିନ୍ନ ବ୍ଲକରୁ ବହୁ ପ୍ରଶିକ୍ଷକ ଯୋଗଦେଇଥିଲେ ।  ଶେଷରେ ଅଧିବକ୍ତା ସଂଗ୍ରାମ କୁମାର ପ୍ରଧାନ ସମସ୍ତ ଉପସ୍ଥିତ ଅତିଥି ଓ କର୍ମୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

jay balangir
Leave A Reply

Your email address will not be published.

12 + seven =

error: Content is protected !!