ଡା. ସୁମିତ ମିଶ୍ରଙ୍କ ମାନବ ସେବା ଚର୍ଚ୍ଚାରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜୀବନ ଦଉଥିବା ଭଗବାନଙ୍କ ପରେ ଜୀବନ ବଞ୍ଚାଉଥିବା ଡାକ୍ତରଙ୍କୁ ଭଗବାନଙ୍କର ହିଁ ରୂପ ମଣିଥାନ୍ତି ଲୋକେ । ତେବେ ସେହି ମାନ୍ୟତାକୁ ଏବେ ସତ କରି ଦେଖାଉଛନ୍ତି ବହୁ ସମାଜ ସେବି ଚିକିତ୍ସକ । ନିଜର ପ୍ରାଥମିକ ଦାୟିତ୍ୱରୁ ଉର୍ଦ୍ଧ୍ଵକୁ ଉଠି ନିଜର ସାମାଜିକ ଦାୟିତ୍ୱ ବୋଧକୁ ପ୍ରାଥମିକତା ଦେବା ସହ ଲୋକଙ୍କର ଚିକିତ୍ସା ପାଇଁ ସବୁବେଳେ କର୍ମଠ ହୋଇ ଲାଗି ପଡିଛନ୍ତି ବହୁ ଜୁବ ଚିକିତ୍ସକ । ତାଙ୍କ ମଧ୍ୟରୁ ଜଣେ ପଦ୍ମପୁର ଉପଖଣ୍ଡ ତାଲପାଲି ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା ଅଧିକାରୀ ଡା. ସୁମିତ କୁମାର ମିଶ୍ର । ତେବେ ପୂର୍ବରୁ ଚିକିତ୍ସାଳୟରେ ବୃକ୍ଷରୋପଣ ଏବଂ ରୋଗୀଙ୍କୁ ସାହାଯ୍ୟ ୍‌କରି ଚର୍ଚ୍ଚାରେ ରହୁଥିବା ବେଳେ ଆଜି ସକାଳେ ଜଣେ ସ୍ଥାନୀୟ ମହିଳା ଚିକିତ୍ସାଳୟକୁ ଆସୁଥିବା ବାଟରେ ଚାଲି ନପାରୁଥିବାରୁ ଅସୁବିଧା ହେଉଥିବା ଦେଖି ଉକ୍ତ ବୃଦ୍ଧା ମହିଳାଙ୍କୁ ନିଜେ ଚିକିତ୍ସାଳୟ ଭିତରକୁ ଟେକି ନେବା ସହ ତାଙ୍କର ଚିକିତ୍ସା କରି ଥିବା ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ଏହି ବିଷୟରେ ଜାଣିବା ପରେ ସକାଳୁ ହିଁ ପଦ୍ମପୁର ଅଞ୍ଚଳରେ ଡା. ମିଶ୍ରଙ୍କ ରୋଗୀ ସେବାକୁ ନେଇ ପ୍ରଶଂସା କରୁଛନ୍ତି ଜନସାଧାରଣ ।

jittmm
Leave A Reply

Your email address will not be published.