csstore

ମମିତା ମେହେର ହତ୍ୟା ମାମଲା : ଜରାସିଂହାରେ ମେହେର ସମାଜ ପକ୍ଷରୁ ସ୍ମୃତି ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ବୁଢ଼ିଆଈ ମନ୍ଦିର ସମ୍ମୁଖରେ ଶୁକ୍ରବାର ସାଢ଼େ ୪ଟା ସମୟରେ ଜରାସିଂହା ମେହେର ସମାଜ ପକ୍ଷରୁ ସ୍ୱର୍ଗତ ମମିତା ମେହେରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜରାସିଂହା ଗାଁ କରୁଣାକର ମେହେର ସଭାପତିତ୍ୱ କରିଥିବା ବେଳେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଦୟାନିଧୀ ମେହେର, ଅବସର ପ୍ରାପ୍ତ ଶିକ୍ଷକ ମୁରଲୀଧର ମେହେର ପ୍ରମୁଖ ମଞ୍ଚାସୀନ ଥିଲେ । ଗତ କିଛି ଦିନ ତଳେ କଳାହାଣ୍ଡି ଜିଲ୍ଲା ଗୋଳମୁଣ୍ଡା ବ୍ଳକ ମହାଲିଙ୍ଗ ସ୍ଥିତ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କୁ ଯେପରି ନୃଶଂସ ଭାବେ ହତ୍ୟା କରାଗଲା ତାହାକୁ ନେଇ ନିନ୍ଦା କରିବା ସହ ପ୍ରକୃତ ଦୋଶୀ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ ଏବଂ ଆଉ ଯେପରି ଏହିପରି ଘଟଣା ନ ଘଟିବ ସେଥିପ୍ରତି ସତର୍କ ଓ ସଜାଗ ହେବାକୁ ଆହ୍ୱାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବିଧାୟକ ଶ୍ରୀଯୁକ୍ତ ମିଶ୍ର ଏହି ସ୍ମୃତିସଭାକୁ ପ୍ରତିବାଦ ସଭା ଭାବେ ବିଚାର କରି ବାରମ୍ବାର ଓଡ଼ିଶାରେ ଏହିପରି ଘଟଣାମାନ କ୍ରମଶଃ ଘଟିଯାଉଛି । ଏକ ସର୍ଭେ ରିପୋର୍ଟ ଅନୁସାରେ ଦିନକୁ ପ୍ରାୟ ୯ଟି ଦୁଷ୍କର୍ମ ଘଟଣା ଘଟିଯାଉଥିବା ବେଳେ ବର୍ଷକୁ ୯ଜଣ ମଧ୍ୟ ଦୋଶୀ ସାବ୍ୟସ୍ତ ହେଉ ନାହାନ୍ତି । ଏହି ଘଟଣାରେ ସରକାରୀ ଦଳର ନେତା ଓ ମନ୍ତ୍ରୀମାନେ ସଂପୃକ୍ତ ଥିବାରୁ ଏହା ନିଶ୍ଚିତ ଭାବେ ବାଟବଣା ହେବ ବୋଲି କହିଥିଲେ । ତେଣୁ ଏହାର ବିଧିବଦ୍ଧ ଭାବେ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନ ହେଲେ ସାରା ଓଡ଼ିଶାରେ ନିଆଁ ଜଳିବ । ଏହିପରି ଘଟଣା ଗୁଡ଼ିକର ପୁନରାବୃତ୍ତି ହେଲେ ଆବଶ୍ୟକ ପଡ଼ିଲେ ୮୧ ବର୍ଷ ବୟସରେ କଳା କୋର୍ଟ ପିନ୍ଧିବାକୁ ବାଧ୍ୟ ହେବେ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଳକ ବିଧାୟକ ପ୍ରତିନିଧୀ କାନ୍ତେଶ୍ୱର ପଧାନ, ଜରାସିଂହା ଜମିଦାର ଦୁର୍ଗାପ୍ରସାଦ ସିଂଦେଓ, ବିଏନଏଏ ସଂପାଦକ ରାଜକିଶୋର ସେଠ, ଯୁବନେତା ପପୁ ପାତ୍ର ସହ ଜରାସିଂହା ଓ ଆଖପାଖ ଗାଁର ମେହେର ସମାଜର କର୍ମକର୍ତ୍ତାମାନେ ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.