pakka

ଗୋପପୁର ମହିମା ଆଶ୍ରମ ମଠରେ ନବାନ୍ନ ମହୋତ୍ସବ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଭୁବନେଶ୍ୱରପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପପୁର ମହିମା ଆଶ୍ରମ ମଠରେ ମହାପ୍ରଭୁଙ୍କ ବାର୍ଷିକ ନବାନ୍ନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅଲେଖ ମହିମା ଧର୍ମ ପରମ୍ପରା ଅନୁଯାୟୀ ମହିମା ଧର୍ମାବଲମ୍ବୀମାନେ ଶ୍ରାବଣ ମାସର ଶୁକ୍ଳପକ୍ଷ ଚତୁ‌‌ର୍ଦ୍ଦଶୀ ଦିନ ସାମୁହିକ ଭାବରେ ନବାନ୍ନ ପ୍ରସାଦ ସେବନ କରିଥାନ୍ତି । ଆଜି ମଧ୍ୟ ପରମ ପୂଜ୍ୟ ସାଧୁ ନୃସିଂହ ଦାସଙ୍କ ତତ୍ତ୍ୱାବଧାନରେ ସାଧୁ ମାଖନ ଦାସ ମଠରେ ଅଖଣ୍ଡ ଧ୍ୱନି ପ୍ରଜ୍ୱଳନ କରିଥିଲେ । ଏହି ମହୋତ୍ସବରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଗୋପପୁର ମହିମା ଆଶ୍ରମକୁ ଯାତାୟତ କରିବା ପାଇଁ ଭଲ ରାସ୍ତା ନଥିବାରୁ ଯାତାୟତ କରିବାରେ ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେ ସବୁକୁ ଦୃଷ୍ଟିରେ ରଖି ମନ୍ତ୍ରୀ ପକ୍କା ରାସ୍ତା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଦୀର୍ଘ ୪୦ ବର୍ଷ ଧରି ଗୋପପୁର ମହିମା ଆଶ୍ରମ ମଠରେ ମହାପ୍ରଭୁଙ୍କ ବାର୍ଷିକ ନବାନ୍ନ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଅଛି । ବହୁ ଦୂର ଦୂରାନ୍ତରୁ ହଜାର ହଜାର ଭକ୍ତଙ୍କ‌‌ ସମାଗମ ହୋଇଥିଲା । ରାତ୍ରିରେ ଭଜନ କୀର୍ତ୍ତନ ସାଂକୃତିକ କାର୍ଯ୍ୟକ୍ରମ ହୋଇଥିଲା । ବ୍ରହ୍ମ ମୂହୁର୍ତ୍ତରେ ଆମୁଣିଆ ଭୋଗ ଅର୍ପଣ କରାଯାଇ ନୂଆ ଧାନ ସଂଗ୍ରହ କରାଯାଇ ସେଥିରୁ ଚୁଡା ପ୍ରସ୍ତୁତ କରି ନବାନ୍ନ ପ୍ରସ୍ତୁତ କରାଯାଇଥିଲା । ପ୍ରସ୍ତୁତ ନବାନ୍ନକୁ ମହାପ୍ରଭୁଙ୍କୁ ସମର୍ପଣ କରି ପରେ ଉପସ୍ଥିତ ଥିବା ସମସ୍ତ ମହିମା ଧର୍ମାବଲମ୍ବୀ ସାଧୁସନ୍ଥମାନଙ୍କୁ ସାମୁହିକ ଭାବରେ ନବାନ୍ନ ପ୍ରସାଦ ସେବନ କରିଥିଲେ । ପରେ ସାଧୁଙ୍କୁ ସରଣ ମାନ୍ୟ ପୂର୍ବକ ପରସ୍ପର ମଧ୍ୟରେ ସରଣ ମାନ୍ୟ କରିଥିଲେ । ଏହି ଶ୍ରାବଣ ପୂର୍ଣ୍ଣିମା ବା ମହାପ୍ରଭୁଙ୍କ ନବାନ୍ନ ମହୋତ୍ସବରେ ହଜାର ହଜାର ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଶ୍ରାବଣ ପୂର୍ଣ୍ଣିମା ମହିମା ଆଶ୍ରମର ବିଜୟ ତ୍ୟାଗୀ, ପ୍ରୀତମ ତ୍ୟାଗୀ, ଚିନ୍ତାମଣି ଭକ୍ତମାନେ ସହଯୋଗ କରିଥିଲେ । ଏହି ମହୋତ୍ସବରେ ଉପସ୍ଥିତ ଥିବା ସମସ୍ତ ଭକ୍ତମାନଙ୍କ ପାଇଁ ଅନ୍ନଛତ୍ରର ବ୍ୟବସ୍ଥା କରାଯାଇଥିଲା । ଏହି ଗୋପପୁର ମହିମା ଆଶ୍ରମ ମଠରେ ମହାପ୍ରଭୁଙ୍କ ବାର୍ଷିକ ଉତ୍ସବରେ ଆଖପାଖ ଗ୍ରାମରୁ ଲୋକମାନେ ଆସି ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

ten + 13 =

error: Content is protected !!