pakka

ଜିଲ୍ଲା ପରିଷଦ ବୈଠକ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସକାଳେ ଜିଲ୍ଲା ପରିଷଦ ସଭା ଗୃହରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁଙ୍କ ଅଧ୍ୟକତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା । କେନ୍ଦ୍ରୀୟ ପଞ୍ଚଦଶ ଅର୍ଥ କମିଶନ ଓ ଏହି ଅନୁଦାନର ପ୍ରକଳ୍ପ, ଗ୍ରାମ୍ୟ ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ ସେବା, ଶିକ୍ଷା, ଯୋଗାଣ, ସମାଜ ସୁରକ୍ଷା, ଯୋଜନା, ଜଳସେଚନ, ଜଙ୍ଗଲ, ରାସ୍ତା, ଶ୍ରମ, କୃଷି ଗ୍ରାମ ଉନ୍ନୟନ, ପୁର୍ତ୍ତ ବିଭାଗ ବିଷୟରେ ଆଲୋଚନା ହୋଇଥିଲା । ପୂର୍ବ ବୈଠକରେ ହୋଇଥିବା ପ୍ରଶ୍ନମାନଙ୍କର ଉତ୍ତର ରଖିଥିଲେ ବିଭାଗୀୟ କତୃପକ୍ଷ । ପାନୀୟ ଜଳ ସମ୍ବନ୍ଧରେ ଆସିଥିବା ଅଭିଯୋଗ ଗୁଡିକର ସମାଧାନ ତଥା ନୂଆ ସଂକଳ୍ପ ବିଷୟରେ ଆଲୋଚନା ହୋଇଥିଲା । ଏଥିରେ କୌଣସି ବ୍ୟାଘାତ ଘଟିଲେ ୧୯୧୬ ନିଶୁଳ୍କ ନମ୍ବରରେ କଥା ହୋଇ ଅଭିଯୋଗଗୁଡିକର ସମାଧାନ କରିହେବ ବୋଲି ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗ କତୃପକ୍ଷ କହିଥିଲେ । ସେହିପରି ମରୁଡି ପରିସ୍ଥିତି ଉପୁଜିଲେ ବିଳମ୍ବ ହେଉଥିବା ବୀମା ଟଙ୍କା ପାଇବା ସଙ୍କ୍ରାନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଏକ ଦଳ ନିରୀକ୍ଷଣ କରିବ ବୋଲି ଜିଲ୍ଲାପାଳ କହିଥିଲେ । ସେହିପରି ସ୍କୁଲମାନଙ୍କରେ ପୋଷାକ, ପୁସ୍ତକ ତଥା ଖାଦ୍ୟ ଗୁଣବତ୍ତାକୁ ଗୃହରେ ପ୍ରତିନିଧିମାନେ ସନ୍ତୋଷ ପ୍ରକାଶ କରିଥିଲେ । ତେବେ ଶିକ୍ଷକ ଅଭାବକୁ ଖୁବ ଶୀଘ୍ର ସରକାରଙ୍କ ଦ୍ଵାରା ପରୀକ୍ଷା ମାଧ୍ୟମରେ ପୂରଣ କରାଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀ ଗୃହକୁ ସୂଚନା ଦେଇଥିଲେ । କିଛି ସ୍କୁଲ ଘର କାମ ନିମ୍ନମାନର ହୋଇଥିବା ଅଭିଯୋଗକୁ ଜିଲ୍ଲାପାଳ ଗୁରୁତ୍ଵର ସହ ନେଇ ଯଥା ଶୀଘ୍ର ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ । ସେହିଭଳି କିଛି ରାସ୍ତା ଅଧପନ୍ତରିଆ ଥିବା କାମ ସାରିବାକୁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ରାସ୍ତା ଓ ପୂର୍ତ୍ତ ବିଭାଗ ଦ୍ଵାରା ହୋଇଥିବା ଅନେକ କାର୍ଯ୍ୟ ପ୍ରଶଂସିତ ହୋଇଥିଲା । ନୂତନ ମେଡିକାଲ କୋଠାର କାର୍ଯ୍ୟ ଶେଷ କରି ମେଡିସିନ ୱାର୍ଡକୁ ଶିଘ୍ର ସ୍ଥାନାନ୍ତର ପାଇଁ ଜିଲ୍ଲାପାଳ ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଲୋଇସିଂହା ବିଧାୟକ ମୁକେଶ ମାହାଲିଙ୍ଗ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ସାଂସଦଙ୍କ ପ୍ରତିନିଧି ତଥା ଜିଲ୍ଲାର ସମସ୍ତ ଅନ୍ୟ ବିଧାୟକଙ୍କ ପ୍ରତିନିଧି ଗଣ ଏହି ସଭାରେ ଉପସ୍ଥିତ ଥିଲେ । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଲ ରାଣା, ମୁଖ୍ୟ ଉନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ସୁଶାନ୍ତ କୁମାର ସିଂ ତଥା ଜିଲ୍ଲାସ୍ତରୀୟ ଅଧିକାରୀମାନେ ସଭାରେ ଉପସ୍ଥିତ ରହିଥିଲେ ।

jay balangir
Leave A Reply

Your email address will not be published.

sixteen − 3 =

error: Content is protected !!