jsm

ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଭୁଣ୍ଡିମୁହାଁଣ ତଥା କଙ୍କରା ଗ୍ରାମ ପରିଦର୍ଶନରେ ସାଂସଦ ସଂଗୀତା

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) ଆଜି ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଲୋଅର ସୁକତେଲ ଜଳସେଚନ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଭୁଣ୍ଡିମୁହାଁଣ ତଥା କଙ୍କରା ଗ୍ରାମ ପରିଦର୍ଶନରେ ଯାଇ ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । । ଏଠାରେ ଉଲ୍ଲେଖଯୋଗ୍ୟ ଯେ, କଙ୍କରା ଏବଂ ଭୁଣ୍ଡିମୁହାଁଣ ଆଂଶିକ ଭାବେ କ୍ଷତିଗ୍ରସ୍ତ ହେଉଛି । ଭୁଣ୍ଡିମୂହାଣ ଓ କଙ୍କରା ଗ୍ରାମର ଶତାଧିକ ଗ୍ରାମବାସୀ ସାଂସଦଙ୍କୁ ଭେଟି ଏଲ୍‌ଏ ଆଉ ଆର୍‌ଏ ପାଉଣା ସମ୍ପୂର୍ଣ୍ଣ ରୂପେ ଗ୍ରାମବାସୀଙ୍କୁ ମିଳିନଥିବା ଏବଂ କଙ୍କରା ଗ୍ରାମର ବିସ୍ଥାପିତ କଲୋନୀରେ ବିଦ୍ୟୁତ ଏବଂ ଜଳଯୋଗାଣର କୌଣସି ସୁବିଧା ହୋଇନଥିବା ସହିତ କଲୋନୀକୁ ଯିବା ପାଇଁ ରାସ୍ତା ମଧ୍ୟ ଏପର୍ଯ୍ୟନ୍ତ ହୋଇନଥିବା ନେଇ ସାଂସଦଙ୍କୁ ଅଭିଯୋଗ କରିଥିଲେ । ସାଂସଦ ଶ୍ରୀମତୀ ସିଂହଦେଓ ଏହାକୁ ନେଇ ଜିଲ୍ଲା ପ୍ରଶାସନଙ୍କ ସହ ଆଲୋଚନା କରିବା ସହିତ ବୁଡି ଅଞ୍ଚଳର ପ୍ରତ୍ୟେକ ପରିବାର ଯେପରି ସମ୍ମାନର ସହ ବିସ୍ଥାପିତ ହେବେ ସେଥିପାଇଁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ସାଂସଦଙ୍କ ସହ ବଲାଙ୍ଗିରର ବରିଷ୍ଠ ବିଜେପି ନେତା ଗୋପାଲଜୀ ପାଣିଗ୍ରାହୀ, ସାଂସଦଙ୍କ ପ୍ରତିନିଧି ଦିନେଶ ଶର୍ମା, ଚୂଡ଼ାପାଲି ମଣ୍ଡଳ ସଭାପତି ନରେଶ ଅଗ୍ରୱାଲ, ଅନୁରାଗି ନାହାକ, ସୁଦାମ ଧରୁଆ, ସହଦେବ ପ୍ରଧାନ ଏବଂ ଲିଙ୍ଗରାଜ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

yuvodaya
Leave A Reply

Your email address will not be published.