pakka

ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦର ଦ୍ଵାଦଶ ବର୍ଷ ମହୋତ୍ସବ

bbehera
  • ମଶାଲ ଯାତ୍ରା ସମ୍ପନ୍ନ, ସନ୍ଧ୍ୟାରେ ସାଂସ୍କୃତିକ ସଭା, ସମ୍ବର୍ଦ୍ଧନା ଓ କାମନା ଦଣ୍ଡ ନୃତ୍ୟ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବସ୍‌ଷ୍ଟାଣ୍ଡ ଠାରେ ଆଜି ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦର ଦ୍ଵାଦଶ ବର୍ଷ ମହୋତ୍ସବ ପାଳନ କରାଯାଉଛି । ପ୍ରାରମ୍ଭରେ ମା’ କାଳୀଙ୍କ ପୂଜାର୍ଚ୍ଚନା ଓ ହୋମଯଜ୍ଞ ପରେ ଏକ ବିରାଟ ସାଂସ୍କୃତିକ ମଶାଲ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ଉତ୍ସବ ପାଳନ ସ୍ଥଳୀରେ ସ୍ଥାପିତ ହୋଇଥିଲା । ସଭାପତି ରୁଦ୍ର ପ୍ରତାପ ସିଂହ ଓ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏହି ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂଜକ ବିଷ୍ଣୁ ମହାପାତ୍ର ଏବଂ ପୂଜା କର୍ତ୍ତା ଭାବରେ ସୁରେନ୍ଦ୍ର ଦଣ୍ଡସେନା ଓ ତାଙ୍କ ପତ୍ନୀ ଶୋଭାଗିନୀ ଦଣ୍ଡସେନା ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ପୂଜା ଓ ମଶାଲ ଦାୟିତ୍ଵ ମୁଖ୍ୟ ବିନୋଦ ମହାଖୁଡଙ୍କ ଦ୍ଵାରା ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ଏହି ଉତ୍ସବରେ ନିକଟ ଗାଆଁର ସମସ୍ତ ଦଣ୍ଡ ଦଳ ଯୋଗ ଦେଇଛନ୍ତି । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ବିଭୁତି ଭୂଷଣ ମହାଖୁଡ, ସତ୍ୟନାରାୟଣ ସାହୁ, ଦ୍ରୋଣାଚାର୍ଯ୍ୟ ମାଝୀ, କୃଷ୍ଣ ଚନ୍ଦ୍ର ସାହୁ, ଶିବ ରାମ ସାହୁ, ଶିବ ପ୍ରସାଦ ଶତପଥୀ, ଲଳିତ କୁମାର ସ୍ୱାଇଁ, ଲଳିତ ମହାଳିକ, ଉଦ୍ଧବ ପଣ୍ଡା, ବିଜୟ ମହାଖୁଡ, ବନମାଳୀ ଦଣ୍ଡସେନା, ବସନ୍ତ ମହାଖୁଡ ଆଜି ସନ୍ଧ୍ୟାରେ ସାଂସ୍କୃତିକ ସଭା, ସମ୍ବର୍ଦ୍ଧନା ସଭା ସହ ପରେ ବିଭିନ୍ନ ପୀଠର କଳାକାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପର୍ଯ୍ୟାୟରେ କାମନା ଦଣ୍ଡର ବିଭିନ୍ନ ଚରିତ୍ର ମଞ୍ଚସ୍ଥ ହେବ ବୋଲି ସମ୍ପାଦକ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

five × 4 =