oum

ଆଜି ସନ୍ଧ୍ୟାରୁ ଆରମ୍ଭ ହେଉଛି ୫ ଦିନିଆ ଗୋପାଳପୁର ବେଳାଭୂମି ମହୋତ୍ସବ

jsm
  • ଏଥିନିମନ୍ତେ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
  • ଜନସାଧାରଣଙ୍କ ଯାତାୟାତ ସୁବିଧା ସକାଶେ ଟ୍ରାଫିକ ପ୍ଲାନ ଏବଂ ସୁରକ୍ଷାବ୍ୟବସ୍ଥିତ ମାଷ୍ଟର ପ୍ଲାନ ଜାରି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଆଜି ସନ୍ଧ୍ୟାରୁ ଅର୍ଥାତ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ୫ ଦିନିଆ ପଲ୍ଲୀଶ୍ରୀ ମେଳା ସହ ଗୋପାଳପୁର ବେଳାଭୂମି ମହୋତ୍ସବ ଆୟୋଜିତ ହେଉଥିବା ବେଳେ ବର୍ତ୍ତମାନ ଗଞ୍ଜାମ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୋପାଳପୁର ବେଳାଭୂମି ମହୋତ୍ସବକୁ ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ ଏବଂ ପ୍ରଥମ ଦିବସର ସାନ୍ଧ୍ୟରଜନୀରେ ସମ୍ମାନିତ ଅତିଥି ଭାବେ ଶ୍ରମ ଓ ନିୟୋଜନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲା ସଂସ୍କୃତି ଅଧିକାରୀ ଜିତେନ ପରିଡ଼ା ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏହି ମେଗା କାର୍ଯ୍ୟକ୍ରମର ପରିଚାଳନା କରିଆସୁଛନ୍ତି । ଓଡିଶୀ ସଙ୍ଗୀତ, ଲୋକନୃତ୍ୟ, ଲୋକ ସଙ୍ଗୀତ ସମେତ ମଣ୍ଟୁ ଚୁରିଆ, ପ୍ରଜ୍ଞା, ଶଙ୍କର, ଓଡ଼ିଶୀନୃତ୍ୟ ଗୁରୁ ଶାଶ୍ୱତ ଯୋଶୀ, ଦୀପ୍ତିରେଖା ପାଢ଼ୀ, ଅନ୍ନୟା, ଶ୍ରୀତମ ନନ୍ଦ ପ୍ରମୁଖ ଆଜି ସନ୍ଧ୍ୟାର ମୁଖ୍ୟ ଆକର୍ଷଣର ନୃତ୍ୟାଙ୍ଗନା ଶିଳ୍ପୀମାନେ ଯୋଗ ଦେବେ । ଆଜିର ଶୀତୁଆ ସଞ୍ଜରେ ମହାମେଗା ମଞ୍ଚ ଦୁଲକି ଉଠିବାର ସୂଚନା ମିଳୁଛି ।

ଅଗଣିତ ଦର୍ଶକଗଣ କିଭଳି ଶାନ୍ତି ଶୃଙ୍ଖଳାର ସହିତ ବିନା ଦ୍ୱିଧାରେ ଗୋପାଳପୁରକୁ ଆସି ମନୋରଞ୍ଜନ କାର୍ଯ୍ୟକ୍ରମର ମଜା ନେବେ ସେଥିପ୍ରତି ଜିଲ୍ଲା ପ୍ରଶାସନ ବିହିତ ଧ୍ୟାନ ଦେଇଛନ୍ତି । ମିଶନ ଶକ୍ତି ମା’ମାନଙ୍କର ପ୍ରସ୍ତୁତ ସାମଗ୍ରୀ ବିକ୍ରିବଟା ତଥା ଯାତ୍ରୀମାନେ କିଣିବେ ସେ ଦିଗରେ ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇଛନ୍ତି । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ସବୁ ଦିଗରେ ସୁଚାରୁ ରୂପେ ପାଳନ କରିବାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାଫିକ ସମସ୍ୟା ସୁଧାର ବ୍ୟବସ୍ଥା ଆଣିବା ସକାଶେ ଚଳିତ ବର୍ଷ ଅନୁଷ୍ଠିତ ବେଳାଭୂମି ମହୋତ୍ସବରେ ବ୍ୟାପକ ବନ୍ଦୋବସ୍ତ ବ୍ୟବସ୍ଥା କରାଯାଇଛି । ବ୍ରହ୍ମପୁରରୁ ଦୁଇ ଚକିଆ ଯାନରେ ଆସୁଥିବା ଦର୍ଶକ ନାରାୟଣପୁର ଛକ ଠାରୁ ହରିପୁର ମଧ୍ୟଦେଇ ମହୋତ୍ସବ ସ୍ଥଳରେ କରାଯାଇଥିବା ଦୁଇ ଚକିଆ ପାର୍କିଂ ସ୍ଥଳରେ ନିଜ ନିଜ ଯାନ ଗୁଡ଼ିକ ରଖି ଅତି ନିକଟରେ ଥିବା ବ୍ରିଜ ପାର ହୋଇ ମହୋତ୍ସବ ସ୍ଥଳରେ ସୁବିଧାରେ ପହଞ୍ଚି ପାରିବେ । ବ୍ରହ୍ମପୁର ପଟୁ ଚାରିଚାକିଆ ଯାନରେ ଆସୁଥିବା ଦର୍ଶକ ନାରାୟଣପୁର ଛକ ଦେଇ ଗୋପାଳପୁର ବିଜ୍ଞାପିତ ଅଞ୍ଚଳର ଗୋପାଳପୁର ନୂତନ ବସଷ୍ଟାଣ୍ଡ ଠାରେ ଏବଂ ଷଣ୍ଢ ଛକ ନିକଟରେ ହୋଇଥିବା ପାର୍କିଂ ସ୍ଥାନ ଗୁଡିକରେ ନିଜ ଯାନବାହାନ ରଖି ମହୋତ୍ସବ ସ୍ଥଳରେ ପହଞ୍ଚି ପାରିବେ । ଗୋପାଳପୁର ମହୋତ୍ସବ ଦେଖିବା ସକାଶେ ଆସୁଥିବା ଜନସାଧାରଣମାନଙ୍କୁ ଅନୁରୋଧ ସେମାନେ ନିଜ ନିଜର ବାମପଟ ରାସ୍ତା ଦେଇ ଯିବା ଆସିବା କରିବେ ଯାହାରି ଫଳରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ ରେଖା ଭଳି ପରିଚାଳିତ ହେବା ନିମନ୍ତେ ପୋଲିସ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ବିଶେଷ ଧ୍ୟାନ ଦେଇଛନ୍ତି ।

Leave A Reply

Your email address will not be published.