pakka

ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନୃଶଂସ ରୋଷେୟା ଦ୍ୱାରା ଜଳି ଯାଇଥିବା ମହିଳା ଶ୍ରମିକ ମୃତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୃଶଂସ ରୋଷେୟା ମାନସ ମିଶ୍ର ଦ୍ୱାରା ଜଳି ଯାଇଥିବା ବିଧବା ମହିଳା ଶ୍ରମିକ ମନ୍ଦାର ଧରୁଆଙ୍କ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ପ୍ରାୟ ସାଢେ଼ ୧୦ଟା ସମୟରେ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଗତକାଲି ସଂଧ୍ୟାରେ ସ୍ଥାନୀୟ ଆନନ୍ଦନଗର ଠାରେ ବିଧବା ମହିଳା ଶ୍ରମିକ ମନ୍ଦାର ଧରୁଆ ରୋଷେୟା ମାନସ ମିଶ୍ରକୁ ପାଉଣା ମାଗିବାରୁ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ଜାଳି ଦେଇ ଫେରାର୍‌ ହୋଇଯାଇଥିଲା । ମନ୍ଦାରଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରିଥିବା ବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ମେଡ଼ିକାଲ୍‌କୁ ରେଫର୍‌ କରାଯାଇଥିଲା । ଅନ୍ୟପଟେ ବଲାଙ୍ଗିର ଟାଉନ୍‌ ଥାନା ପୋଲିସ ଅଭିଯୁକ୍ତ ମାନସକୁ ତୁରନ୍ତ କାବୁ କରିବାରେ ସଫଳ ହୋଇଥିଲା । ତେବେ ପୂର୍ବରୁ ବାପାଙ୍କୁ ହରାଇ ସାରିଥିବା ମନ୍ଦାରଙ୍କ ଦୁଇ ସନ୍ତାନ ଏବେ ମା’ଙ୍କୁ ବି ହରାଇ ଅସହାୟ ହୋଇ ପଡ଼ିଥିବା ଆଲୋଚନା ହେଉଛି ।

jay balangir
Leave A Reply

Your email address will not be published.

eighteen + fifteen =

error: Content is protected !!