pakka

ରାତିରେ ପାହିଲେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ : ମାଓ ଇଲାକାରେ ବୁଥ୍‌କୁ ଜଗିବ ଡ୍ରୋନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ । ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ସବୁ ଦିଗରୁ ପ୍ରସ୍ତୁତ ହୋଇ ରହିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ତଥାବି ମାଓ ପ୍ରବଣ ଅଂଚଳରେ ନିର୍ବିଘ୍ନରେ ମତ ଦାନ କରାଇବା ବଲାଙ୍ଗିର ପୋଲିସ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି । ଆସନ୍ତା କାଲି ବେଲପଡା, ପାଟଣାଗଡ ଓ ଖପ୍ରାଖୋଲ ବ୍ଲକରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଖପ୍ରାଖୋଲ ଓ ବେଲପଡା ବ୍ଲକ ଅଂଚଳରେ ମାଓ ଗତିବିଧି ରହିଛି । ଏଥିପାଇଁ ବଲାଙ୍ଗିର ପୋଲିସ ମଧ୍ୟ ସଂପୃକ୍ତ ଅଂଚଳ ପ୍ରତି ବିଶେଷ ନଜର ରଖିଥିବା ଜଣାପଡିଛି । ଚଳିତ ଥର ପଂଚାୟତ ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରାଇବା ପାଇଁ ମାଓ ପ୍ରବଣ ଅଚଂଳରେ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ବଲାଙ୍ଗିର ଏସ୍‌ପି ନିତିନ କୁଶଲକର କହିଛନ୍ତି ।

jay balangir
Leave A Reply

Your email address will not be published.

2 × five =

error: Content is protected !!