pr

ଜରାସିଂହା ଡିଗ୍ରୀ କଲେଜରେ ମହିଳା ଦିବସ ପାଳିତ

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସ୍ଥିତ ଶାଶ୍ଵତ ଡିଗ୍ରୀ ମହା ବିଦ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ଜାତୀୟ ସେବା ଯୋଜନା ଦ୍ଵାରା ପାଳିତ ହୋଇଯାଇଛି । ଏହି ଦିବସରେ ଅଧ୍ୟକ୍ଷ ପୁରୁଷୋତ୍ତମ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଭାକୁ ପରିଚାଳନା କରିଥିଲେ । ଓଡ଼ିଆ ଅଧ୍ୟାପକ ବିଷ୍ଣୁ ଚରଣ ସାହୁ ‌ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଇତିହାସ ବିଭାଗର ମୁଖ୍ୟ ଜଗଦୀଶ ସିଂ ବାବୁ, ମୁଖ୍ୟ ବକ୍ତା ଭାବେ ଓଡ଼ିଆ ଅଧ୍ୟାପକ ବ୍ୟାସଦେବ ଦଣ୍ଡସେନା, ଇତିହାସ ଅଧ୍ୟାପକ ଶ୍ରୀନିବାସ ଗଡ଼ତ୍ୟା, ଅର୍ଥନୀତି ଅଧ୍ୟାପିକା ସଂଗୀତା ମେହେରଙ୍କ ସହ ଛାତ୍ରୀ ତପସ୍ଵିନୀ ପୂଟା ମହିଳା ଦିବସ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।

nrusinghnath
Leave A Reply

Your email address will not be published.