pr

ବିଶ୍ୱ ମହିଳା ଦିବସ ଅବସରରେ ଜଣେ ସାଧାରଣ ମହିଳା ପୁଷ୍ପା ବେହେରାଙ୍କ ସଂଘର୍ଷର କାହାଣୀ

dr. purohit

ବରଗଡ଼, (ନିରୋଜ କୁମାର ପାଣୀ) : ସାରା ବିଶ୍ଵରେ ମାର୍ଚ୍ଚ ୮ ତାରିଖକୁ ମହିଳା ଦିବସ ଭାବେ ପାଳନ କରାଯାଏ । ଅନେକ ସଫଳ ମହିଳାଙ୍କ ବିଷୟରେ ଜାଣିବାକୁ ମିଳେ କିନ୍ତୁ ଅନେକ ସାଧାରଣ ମହିଳା ଅଛନ୍ତି ଯାହାଙ୍କୁ କେହି ଜାଣନ୍ତି ନାହିଁ ସେମାନେ ଜୀବନକୁ ତିଳତିଳ କରି ଜାଳି ଦେଇ ଚାଲନ୍ତି ସେମିତି ଜଣେ ମହିଳା ହେଉଛନ୍ତି ପୁଷ୍ପା ବେହେରା, ବରଗଡ଼ ସହର ଗୋବିନ୍ଦପାଲିର ବାସିନ୍ଦା, ବୟସ ୩୬ ବର୍ଷ, ଭଡା ଘରେ ରହି ଦିନ ମଜୁରୀ କରି ନିଜ କୁଟୁମ୍ବ ଚଲାନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱାମୀ ବିରମଣି ବେହେରା ଦୀର୍ଘ ୧୧ ବର୍ଷ ହେଲା ପାରାଲିସିସ ଯୋଗୁଁ ଶଯ୍ୟାଶାୟୀ ହୋଇ ପଡି ରହିଥିବା ବେଳେ ପୁରା ପରିବାରର ଦାଇତ୍ୱ ପୁଷ୍ପାଙ୍କ ଉପରେ ପଡିଥାଏ । ସ୍ୱାମୀଙ୍କୁ ଭଲ କରିବା ପାଇଁ ବୁର୍ଲା ଓ କଟକ ମେଡ଼ିକାଲ ପର୍ୟ୍ୟନ୍ତ ପୁଷ୍ପା ଯାଇ ଚିକିତ୍ସା କରାଇ ଥିଲେ କେବେ ହାର ମାନି ନାହାନ୍ତି, ପୁଷ୍ପାଙ୍କ କାନ୍ଧରେ ପରିବାରର ଦାଇତ୍ୱ ୩ ଟି ପୁଅ ଓ ସ୍ୱାମୀଙ୍କୁ ସମ୍ଭାଳୁଛନ୍ତି । ନିର୍ମାଣ ଶ୍ରମିକ ଭାବେ କାର୍ୟ୍ୟ କରନ୍ତି କିନ୍ତୁ ସହାୟତାରୁ ବଂଚିତ, ତଥାପି ଜୀବନ ଯୁଦ୍ଧରେ ହାରମାନି ନାହାନ୍ତି । ପୁଷ୍ପାଙ୍କ ଭଳି ଅନେକ ମହିଳା ଅଛନ୍ତି ଯାହାଙ୍କ ଠାରୁ ଏପରି ବଳିଦାନ ଓ ପ୍ରେରଣାର କାହାଣୀ ଜାଣିବାକୁ ମିଳେ, ସରକାର ଏମାନଙ୍କ ପାଇଁ ସ୍ୱତନ୍ତ୍ର ବିଚାର କରିବାର ଆବଶ୍ୟକତା ରହିଛି ।

nrusinghnath
Leave A Reply

Your email address will not be published.