csstore

ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ମହିଳା ଦିବସ ପାଳିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ବିଶ୍ଵ ମହିଳା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ସଭାପତିତ୍ୱ କରିଥିବା ବେଳେ ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀକାନ୍ତ କୁମାର ସାହୁ ଦିବସର ମହତ୍ତ୍ଵ ବଖାଣି ଥିଲେ । ଯୁବ ରେଡକ୍ରସ୍ ଜିଲ୍ଲା ସଂଯୋଜକ ତଥା ଓଡ଼ିଆ ବିଭାଗ ଅଧ୍ୟାପକ ଡକ୍ଟର ବିଭୂତି ଭୂଷଣ ଆଚାର୍ଯ୍ୟ, ବାଣିଜ୍ୟ ବିଭାଗ ଅଧ୍ୟାପକ ସରୋଜ କୁମାର ପାଠୀ, ଇଂରାଜୀ ବିଭାଗ ଅଧ୍ୟାପକ ତେଜେଶ୍ଵର ନାୟକ ପ୍ରମୁଖ ଉପସ୍ଥିତ ରହି ମହିଳା ଦିବସର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ରଞ୍ଜନା ପାଢ଼ୀ ସ୍ନେହଲତା ମାଝୀ, ଅରୁନ୍ଧତୀ ପ୍ରଧାନ, ସଙ୍ଗୀତା ସାହୁ ଡ଼ ସଂଯୁକ୍ତା ନାୟକ, ସୁନେମିଆ ମାଡାମ, ଛାତ୍ରୀ ଶ୍ରୁତିସୁଧା ସାହୁ ପ୍ରମୁଖ ଯୋଗ ଦେଇ ସମ୍ବର୍ଦ୍ଧନାର ଉତ୍ତର ରଖିଥିଲେ । ଶେଷରେ ବାଣିଜ୍ୟ ଅଧ୍ୟାପକ ଶ୍ରୀକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.