csstore

ବଲାଙ୍ଗିର ପୌରାଞ୍ଚଳ ଯାଦବ ମହାସଭା ପକ୍ଷରୁ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଯାଦବ ଭବନଠାରେ ୭୫ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରୀଡା ଅଧିକାରୀ ପରାସର ବାଗ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ ଏବଂ ନିଜର ମତ ପୋଷଣ କରିଥିଲେ । ପୌରାଞ୍ଚଳ ସଭାପତି ସନ୍ଦିପ ବାଗ, ସଂପାଦକ ବସନ୍ତ ଷାଣ୍ଢ, କୋଷାଧ୍ୟକ୍ଷ ବାସୁଦେବ ବାଗ ପ୍ରମୁଖ ନିଜ ନିଜ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସତ୍ୟନାରାୟଣ ବାଗ, ଦୟାସାଗର ବଗର୍ତ୍ତି, ଖରତମଲ ରାଉତ, ଅଷ୍ଟମୀ ବଗର୍ତ୍ତି, କୃଷ୍ଣଚନ୍ଦ୍ର ଚନ୍ଦନ, ବାଗଦଲ ମହାକୁର, ଦିଗାମ୍ବର ମାଝୀ, କାଲିନ୍ଦ୍ରୀ ହାତୀ, ଆର୍ତ୍ତତ୍ରାଣ ବାଗ, ମୃଣ୍ମୟୀ ଭୋଇ, ଆନନ୍ଦ ଠେଲା, ଚିତ୍ତରଞ୍ଜନ ବଗର୍ତ୍ତି, ପ୍ରଶାନ୍ତ ପୋଡ, ବୈରାଷ୍ଟ୍ର ବାଗ, ଜୟଦେବ ଜାଲ, ଆଶୁତୋଷ ବାଗ, ସୁବଳ ବାଗ, ମୁନସୀରାମ ବଗର୍ତ୍ତି, ଅରକ୍ଷିତ ଜୁଏଡ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ସରୋଜ ଗହୀର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.