ମାହାଙ୍ଗା ଡବଲ ମର୍ଡର ଘଟଣା : ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁ

କଟକ : ମାହାଙ୍ଗା ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ଗତକାଲି ବିଳମ୍ବିତ ରାତିରେ କଟକ ଜିଲ୍ଲାର ଟାଙ୍ଗୀ ଟୋଲ ଗେଟ ନିକଟରୁ ମୃତଦେହ ଠାବ କରିଛି ଟାଙ୍ଗୀ ଥାନା ପୁଲିସ । ଟ୍ରକ ଚାପାରେ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ଘଟଣାସ୍ଥଳରୁ ତାଙ୍କର ବାଇକ, ପର୍ସ ଓ ମୋବାଇଲ ଜବତ କରିଛି ପୁଲିସ । ମୃତଦେହକୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ । ତେବେ ଏହା ଦୁର୍ଘଟଣା ନା ପ୍ରଫୁଲ୍ଲଙ୍କୁ ହତ୍ୟା କରାଯାଇଛି ସେନେଇ ଅନେକ ପ୍ରକାର ସନ୍ଦେହ ସୃଷ୍ଟି ହୋଇଛି ।

Leave A Reply

Your email address will not be published.